ଓଡ଼ିଶା ପତ୍ରକାର ସଂଘ ଢେଙ୍କାନାଳ ଶାଖାର କର୍ମକର୍ତା ଚୟନ
ଢେଙ୍କାନାଳ, ୦୧ା୧୦ : ଓଡ଼ିଶା ପତ୍ରକାର ସଂଘ ଢେଙ୍କାନାଳ ଜିଲ୍ଲା ଶାଖାର କର୍ମକର୍ତା ମନୋନୟନ କରାଯାଇଥିବା ସଂଘ ତରଫରୁ ଏକ ପ୍ରେସ୍ବିବୃତି ମାଧ୍ୟମରେ କୁହାଯାଇଛି । ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଢେଙ୍କାନାଳ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଭାପତି ଭାବେ ମାନସ ରଥ, ଉପସଭାପତି ଭାବେ ସୃତିପଦ ନନ୍ଦ, ସାଧାରଣ ସଂପାଦକ ଭାବେ ବାଇଧର ନାଏକ, ଯୁଗ୍ମ ସଂପାଦକ ଭାବେ ସତ୍ୟନାରାୟଣ କର, ସଂଗଠନ ସଂପାଦକ ଭାବେ ବିଜୟ କୁମାର ସାହୁ, ବେଣୁଧର ନାଏକ ଏବଂ କୋଷାଧ୍ୟକ୍ଷ ଭାବେ ଇଂ. ସୁଶାନ୍ତ ସାମଲ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ଦାଶ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମସ୍ତ ମନୋନୀତ କର୍ମକର୍ତାଙ୍କୁ ସ୍ୱାଗତ କରିଥିଲେ । ସଭା ଶେଷରେ ଅନ୍ୟତମ ରାଜ୍ୟ ଉପସଭାପତି ହରପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।




