ଓପିଏସର ଢେଙ୍କାନାଳ ଶାଖାର କର୍ମକର୍ତ୍ତା ଚୟନ ଏକତା ହିଁ ଆଗକୁ ବଢ଼ିବାରେ ସହାୟକ ହୁଏ
ଭୁବନେଶ୍ୱର /ଢେଙ୍କାନାଳ, :ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ରହିଲେ ସଂଗଠନ ଆଗକୁ ବଢିବା ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣରେ ଅସୁବିଧା ନଥାଏ. ଏଥିସହ ଜଣେ ସାମ୍ବାଦିକ ନିର୍ଭିକ ଭାବେ ତାର କଲମ ଚଳାଇଥାଏ. ସାମ୍ବାଦିକମାନଙ୍କ ଏକତା ସମାଜକୁ ମଧ୍ୟ ଦିଗଦର୍ଶନ ଦେବା ସହ ଲୋକଙ୍କ ସମସ୍ୟା ପ୍ରଶାସନ ପାଖରେ ପଞ୍ଚିବାପରେ ପ୍ରଶାସନ ଉତ୍ତର ଦାୟିହୋଇଥାଏ ବୋଲି ମତ ପ୍ରକାଶ ପାଇଛି. ଓଡିଶା ପତ୍ରକାର ସଙ୍ଘ(ଓପିଏସ )ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଶାଖାର କର୍ମକର୍ତ୍ତା ଚୟନ ଅବସରରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ରାଜ୍ୟ ଉପସଭାପତି ପ୍ରଦୀପ କୁମାର ଦାଶ, ଅନ୍ୟତମ ଉପସଭାପତି ହରପ୍ରସାଦ ଦାସ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ. ଏହାପରେ ଢେଙ୍କାନାଳ ଜିଲ୍ଲା ଶାଖାର କର୍ମକର୍ତ୍ତା ଚୟନ କରାଯାଇଥିଲା. ଢେଙ୍କାନାଳ ଠାରେ ଅନୁଷ୍ଠିତ ଉକ୍ତ ସଭାରେ ସଂଘର ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ.ଉକ୍ତ ସଭାରେ ଢେଙ୍କାନାଳ ଶାଖାର ସଭାପତି ଭାବେ ମାନସ ରଥ, ଉପସଭାପତି ଭାବେ ସୃତିପଦ ନନ୍ଦ, ସାଧାରଣ ସଂପାଦକ ଭାବେ ବାଇଧର ନାଏକ, ଯୁଗ୍ମ ସଂପାଦକ ଭାବେ ସତ୍ୟନାରାୟଣ କର, ସଂଗଠନ ସଂପାଦକ ଭାବେ ବିଜୟ କୁମାର ସାହୁ, ବେଣୁଧର ନାଏକ ଏବଂ କୋଷାଧ୍ୟକ୍ଷ ଭାବେ ଇଂ. ସୁଶାନ୍ତ ସାମଲ ସର୍ବସମ୍ମତିକ୍ରମେ ଚୟନ ତଥା ମନୋନୀତ ହୋଇଛନ୍ତି । ରାଜ୍ୟ ସଂଘର ଉପସଭାପତି ପ୍ରଦୀପ କୁମାର ଦାଶ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମସ୍ତ ମନୋନୀତ କର୍ମକର୍ତାଙ୍କୁ ସ୍ୱାଗତ କରିଥିଲେ । ସଭା ଶେଷରେ ଢେଙ୍କାନାଳ ଶାଖା ସଭାପତି ମାନସ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।







