ବିଞ୍ଝାରପୁର ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ଓ କର୍ମକର୍ତ୍ତା ନିର୍ବାଚନ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବରୁଣେଶ୍ଵର ମହାବିଦ୍ୟାଳୟର ସଭାଗୃହରେ ବିଂଝାରପୁର ସାମ୍ବାଦିକ ସଂଘ ପକ୍ଷରୁ ଗଣମାଧ୍ୟମର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଂଝାରପୁର ସାମ୍ବାଦିକ ସଂଘ ର ବରିଷ୍ଠ ଉପଦେଷ୍ଟା ସମାଜସେବୀ ପରୋପକାରୀ ରବିନ୍ଦ୍ର କୁମାର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବଟକୃଷ୍ଣ ମହାପାତ୍ର ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ବିଡ଼ିଓ ଦିବ୍ୟନ୍ଦୁ ଦାସ ତହସିଲଦାର କୈଳାସ ମହାଳିକ, ସମାଜସେବୀ କୈଳାସ ସେଠୀ,କଲେଜର ଅଧ୍ୟକ୍ଷା ବିନ୍ଦୁରେଖା ମହାପାତ୍ର,କାମଦେବ ଧଳ, ହେମେନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଥିଲେ।ଏହି ସଭାରେ ବିଂଝାରପୁର ସାମ୍ବାଦିକ ସଂଘ ର ସଦସ୍ୟ ଗୋପାଳ ସୂତାର, ସୀତାକାନ୍ତ ସାମଲ,ଅନଙ୍ଗ ଉଦୟ ବେଉରିଆ, ରାମକୃଷ୍ଣ ଦାସ, ସତ୍ୟରଞ୍ଜନ ମଲ୍ଲିକ,ମୈଦୁଲ ଇସଲାମ,ସେକ ସନୱର, ଶଙ୍କର୍ଷଣ ସାମଲ, ଦେବପ୍ରସାଦ ସାହୁ,ସରୋଜ କୁମାର ସାହୁ,ଏମଡି ମମତାଜ,ଗୁଲସନ ନୱଜ ଅଲ୍ଲି ଖାଁନ, ବିଶ୍ଵଜିତ ନାୟକ, ନିମାଇଁ ଘଡାଇ ପ୍ରମୁଖ ଯୋଗଦେଇ ଥିଲେ। ବରିଷ୍ଠ ଉପଦେଷ୍ଟା ଅକ୍ଷୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

