(ବଳଭଦ୍ର ଙ୍କ ସ୍ମୁତି ରକ୍ଷା ଉଦେଶ୍ୟରେ ନିର୍ମିତ ଅମୁହାଁ ମନ୍ଦିର ଏବଂ ସ୍ମୁତି ପୀଠ ରେ ବ୍ୟାପକ ଅବ୍ୟବସ୍ଥା ସୁଧୁରିବ କେବେ )
ଜଗତସିଂହପୁର
ତା =5/10/23
ଜଗତସିଂହପୁର ଜ଼ିଲ୍ଲା ର ପ୍ରସିଦ୍ଧ ବାଣିକ୍ଷେତ୍ର ଜଗତଜନନୀ ମା ସାରଳା ଙ୍କ ପୀଠରୁ 2015 ମସିହା ନବକଳେବର ସମୟରେ ମହାପ୍ରଭୁ ବଡ ଠାକୁର ବଳଭଦ୍ର ଙ୍କ ଦାରୁ ଠାବ ନିମନ୍ତେ ମା ସାରଳା ଙ୍କୁ ସପ୍ନାଦେଶ ହୋଇଥିଲା | ତାପରେ ଦଇତାପତିମାନେ ଆସି ପାରମ୍ପରିକ ଵିଧି ରେ ସାରଳା ଙ୍କ ପୀଠ ରୁ ଦାରୁ ଛେଦନ କଲେ
| ପରବର୍ତ୍ତୀ ସମୟରେ ବଳଭଦ୍ର ଙ୍କ ସ୍ମୁତି ରକ୍ଷା ଉଦେଶ୍ୟରେ ପାଞ୍ଚ ଲକ୍ଷ୍ୟ ଟଙ୍କା ସାଂସଦ ଙ୍କ ଅନୁଦାନ ପାଣ୍ଠି ରୁ ବଳଦେବଙ୍କ ସ୍ମୁତି ପୀଠ ନିର୍ମାଣ କରାଯିବା ପରେ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ 26ଲକ୍ଷ୍ୟ ଟଙ୍କା ଅନୁଦାନ ରେ ବଳଭଦ୍ର ମନ୍ଦିର ନିର୍ମାଣ କରାଗଲା |ସେହି ମନ୍ଦିର ରେ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ଚକ ପୂଜା ପାଇବା ନିମନ୍ତେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେରଣ କରାଯାଇଥିଲା |ହେଲେ ଦୁଃଖ ଓ ପରୀତାପ ର ବିଷୟ ଦେବୋତର ବିଭାଗ ର ବେପରୁଆ ନିତି ଯୋଗୁଁ ଅନେକ ଅବ୍ୟବସ୍ଥା ଦେଖାଦେଇଛି |ଦୀର୍ଘ ଦିନ ହେବ ଅମୁହାଁ ଦେଉଳ ରେ ତାଲା ଝୁଲୁଛି | ବଳଭଦ୍ର ଙ୍କ ତାଳଦ୍ଵଜ ରଥ ଚକ ପୂଜା ପାଉନାହାନ୍ତି |ସମ୍ମୁଖରେ ଥିବା ନବଗ୍ରହ ମୂର୍ତ୍ତି ଙ୍କ ମଧ୍ୟ୍ୟ ରୁ ଦୁଇଟି ମୂର୍ତ୍ତି ଚୋରୀ ହୋଇଛି | ବଳଦେବ ଙ୍କ ସ୍ମୁତି ପୀଠ ଭଗ୍ନ ଅବସ୍ଥା ରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଥିବାରୁ ଭକ୍ତ ମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି |ଜ଼ିଲ୍ଲା ପ୍ରଶାସନ ଏବଂ ଦେବୋତର ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
