ବିବେକାନନ୍ଦ ପାଠାଗାର ଶୁଭ ଉଦ୍ଘାଟନ।
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ପୌରପାଳିକା ସ୍ଥିତ ୬ ନମ୍ବର ୱାର୍ଡ ନୁନ୍ଟିକିରୀ ଗ୍ରାମ ରେ ବିବେକାନନ୍ଦ ପାଠାଗାର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ବିବେକାନନ୍ଦ ପାଠାଗାରକୁ ଗ୍ରାମର ମୁରବି ଶ୍ରୀଯୁକ୍ତ ମୂରଲୀଧର ରାଉତରାୟ ଉଦ୍ଘାଟନ କରିଥିଲେ । ବିବେକାନନ୍ଦ ପାଠାଗାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଶିକ୍ଷିତ କରିବା ଏବଂ ଶିକ୍ଷାରେ ଅଧିକ ଉନ୍ନତି କରିବା ସହ ନିଜ ଭବିଷ୍ୟତକୁ ସୁନ୍ଦର ଭାବରେ ଗଢି ତୋଳିବା । ମୁଖ୍ୟ ଅତିଥିଭାବେ ବିଧ୍ୟାୟକଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା ଓ ସମ୍ମାନିତ ଅତିଥି ୬ ନମ୍ବର ୱାର୍ଡ ର ପାରିଷଦ ଦିଲ୍ଲୀପ ସାହୁ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଗ୍ରାମର ସଭାପତି ସଞ୍ଜୟ କୁମାର ନାୟକଙ୍କ ସହ ସୁରେଶ କୁମାର ରାଉତରାୟ, ପବିତ୍ର ମହାନ୍ତି, ମାନସ ବରାଳ, ଅଶୋକ ରାଉତରାୟ, ମନୋରଞ୍ଜନ ନାୟକ, ସାର୍ଥକ ନାୟକ, ସମୀର ନାୟକ, ପ୍ରଭାତ ମହାନ୍ତି, ଆନନ୍ଦ ସ୍ୱାଇଁ, ସତ୍ୟଜିତ ନାୟକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ନିରଞ୍ଜନ ନାୟକ, ଧରଣୀଧର ନାୟକ, ଅମିୟ ବରାଳ, ମାଧବାନନ୍ଦ ନାୟକ, ରତ୍ନାକର ରାଉତରାୟ, ଅଶୋକ ରାଉତରାୟ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଗହଣରେ ଶ୍ରୀକାନ୍ତ ପାକଳ, ମନୋଜ ସ୍ୱାଇଁ, ଅନନ୍ତ ନାୟକ, ଜିତେନ୍ଦ୍ର ରାଉତ, ସୁଜିତ୍ ଦାସ,କୁନା ପଣ୍ଡା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପାଇଁ ଚୌଦ୍ଵାର ଅଞ୍ଚଳବାସୀ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିଜ୍ୟୁ ।




