(ସ୍ତ୍ରୀ ର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ବାର ଦିନ ହେବ ବସିରହିଛି ପ୍ରେମିକା )
ଜଗତସିଂହପୁର
ତା =23/10/23
ଅନ ଲାଇନ ରେ ପ୍ରେମ , ପ୍ରେମ ରୁ ନିବିଡ଼ ଶାରୀରିକ ସମ୍ପର୍କ ଶେଷରେ ପ୍ରତାରଣା, ଏହି ଘଟଣା କୁ କେନ୍ଦ୍ର କରି ବାରଦିନ ରୁ ଉର୍ଦ୍ଧ ହେବ ସ୍ତ୍ରୀ ର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ଜଗିବସିଛି ପ୍ରେମିକା | ଏହି ଦୂର୍ଷ୍ୟ ଦେଖି ପ୍ରେମିକ ର ପରିବାର ପ୍ରଥମେ ପ୍ରେମିକା କୁ ନିସ୍ତୁକ ମାଡ଼ ମାରିବା ପରେ ଫେରାର ହୋଇଯିବା ଘଟଣା ଚଞ୍ଚଲ୍ୟ ସୃଷ୍ଟି କରିଛି | ଏଭଳି ଜଘନ୍ୟ ଘଟଣା ଘଟିଛି ବାଲିକୁଦା ପଞ୍ଚାୟତ ନହରଣା ଗ୍ରାମରେ | ଗ୍ରାମର ଆଶିଷ କୁମାର ରାଉତ ସମ୍ବଲପୁର ଅଞ୍ଚଳ ରେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରିଥିଲେ | ଅନ ଲାଇନ ରେ କଥା ହେଉ ହେଉ ଗଞ୍ଜାମ ର ମିନତୀ ସେଠୀ ଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଲା | ଏହା କ୍ରମଶଃ ନିବିଡ଼ ହେଲା | ପୁରୁଷ ବନ୍ଧୁ ଆଶିଷ ତାର ପ୍ରେମିକା ମିନତୀ କୁ ବିବାହ କରିବାର ପ୍ରତିଶୃତି ଦେବା ସହିତ ସମ୍ବଲପୁର ସ୍ଥିତ ଭଡା ଘରେ ଦୀର୍ଘ ଚାରି ମାସ ହେବ ପ୍ରେମିକ ଆଶିଷ ଏବଂ ପ୍ରେମିକା ମିନତୀ ଏକତ୍ର ରହି ଅନେକ ବାର ଶାରୀରିକ ସମ୍ପର୍କ ରଖିଥିଲେ | ହଠାତ ପୁରୁଷ ବନ୍ଧୁ ଆଶିଷ ଶାରୀରିକ ସୁଖ ମେଣ୍ଟାଇବା ପରେ ପ୍ରେମିକା ମିନତୀକୁ ପ୍ରତାରଣା ଦେଇ ବାଲିକୁଦା ବ୍ଲକ ନହରଣା ଗାଁ କୁ ପଳାଇ ଆସିଥିଲା |ହେଲେ ପ୍ରେମିକା ମିନତୀ ପାଖରେ ପ୍ରେମିକ ଆଶିଷ ର ଆଧାର କାର୍ଡ ଏବଂ ଅନେକ ଫଟୋ ଥିବାରୁ ସେ ଅନୁସନ୍ଧାନ କରି ପ୍ରେମିକ ଆଶିଷ ର ନହରଣା ସ୍ଥିତ ଘରେ ପହଂଚି ଥିଲା | ହଠାତ ଆଶିଷ ଏବଂ ତାର ପରିବାର ଲୋକ ମିନତୀ କୁ ମାର ଧର କରିଥିଲେ |ଶେଷରେ ମିନତୀ ନିରୁପାୟ ହୋଇ ମରୀଚିପୁର ମେରାଇନ ଥାନାରେ ଅଭିଯୋଗ କରିଥିଲା |ପୋଲିସ ଘଟଣା ର ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରିବା ମାତ୍ରେ ପ୍ରେମିକ ଆଶିଷ ଏବଂ ତାର ପରିବାର ସଦସ୍ୟ ଘରେ ତାଲା ଦେଇ କେଉଆଡେ ଫେରାର ଅଛନ୍ତି |ହେଲେ ପ୍ରେମିକା ମିନତୀ ଙ୍କୁ ଆଶିଷ ପରିବାର ସ୍ତ୍ରୀ ର ମାନ୍ୟତା ଦେବା ସହିତ ବୋହୁ ଭାବେ ଗ୍ରହଣ କରିବାକୁ ଦାବି କରି ବାରଦିନ ହେବ ଆଶିଷ ର ନହରଣା ସ୍ଥିତ ବାସ ଭବନ ଆଗରେ ବସି ରହିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




