ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ପୋଖରିବନ୍ଧ ଠାରେ ମା ହିରାନିଳା ଡ଼ିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥଲେ। ସୁଚନା ଥାଉକି ଚଳିତ ମାସ 20 ତାରିଖରେ ମା ହିରାନିଳା ସଂଗ୍ରାମ ସମିତି ବିଶ୍ଵନାଥପୂର୍ ତରଫରୁ ସାମ୍ବାଦିକ ସମ୍ମିଳନୀ ହେଇଥିଲା ରମେଶ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ। ସାହୁ କହିଥିଲେ ଯେ ଯେଉଁ ସବୁ ଅଭିଯୋଗ ମୋ ବିରୁଦ୍ଧରେ ହେଇଛି ସେସବୁ ଭିତି ହିନ । ଭିଜିଲାନ୍ସ ଚଢାଉ ବିଷୟରେ ପଚାରିବାରୁ ସିଏ କହିଲେ ସେସବୁ କେସ ଅଦାଲତରେ ଅଛି, ଏକ କୋଟି ତେଇଶି ଲକ୍ଷ ଟଙ୍କା ହଡ଼ପ ହେବା କଥା ସମ୍ପୂର୍ଣ ଭିତ୍ତିହୀନ। ଯେତେବଳେ ପର୍ଯ୍ୟନ୍ତ ମୋତେ ଅଦାଲତ ଦୋଷି ସାବ୍ୟସ୍ତ କରିନାହିଁ ମୁଁ ଦୋଷୀ ନୁହଁ। ପ୍ରାୟ ତିନି ବର୍ଷ ହେଲା ସଂଗ୍ରାମ ସମିତି ମୋ ବିରୁଦ୍ଧରେ ବିଷ ଉଦ୍ଗିରଣ କରୁଛନ୍ତି, ସଂଗ୍ରାମ ସମିତିର ଆଉ କିଛି କାମ ନାହିଁ ଖାଲି ମୋ ବିରୁଦ୍ଧରେ ବହୁତ କଦର୍ଯ୍ୟ ଭାଷା ବ୍ୟବହାର କରୁଛନ୍ତି। ଯଦି ମୋତେ ଏହିଭଳି ବାରମ୍ବାର ହଇରାଣ କରନ୍ତି ତେବେ ସିଏ ଥାନା ଅଧିକାରିଣୀ, ପୋଲିସ S P , ପୋଲିସ D G ଏବଂ ମାନବ ଅଧିକାରରେ ଅଭିଯୋଗ ଆଣିବି।
କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।




