ଜଗତସିଂହପୁର
ତା 22/11/23
ଜଗତସିଂହପୁର ଜ଼ିଲ୍ଲା କୁମ୍ଭକାର ମହାସଂଘ ପକ୍ଷରୁ ରଘୁନାଥପୁର ବ୍ଲକ ସ୍ୱର୍ଗବ୍ରହ୍ମପୁର ଠାରେ ପ୍ରଥମ ସାଙ୍ଗଠନିକ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ରଘୁନାଥପୁର ବ୍ଲକ ସଂଯୋଜକ ଅଭିମନ୍ୟୁ ବେହେରା ଙ୍କ ସଭାପତିତ୍ୟରେ ଜ଼ିଲ୍ଲା ସଭାପତି ରାମଚନ୍ଦ୍ର ମୁଦୁଲି | ଜ଼ିଲ୍ଲା ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା | ଏରସମା ବ୍ଲକ ସଭାପତି ରବୀନ୍ଦ୍ର ବେହେରା | ସମ୍ପାଦକ ସଞ୍ଜୟ ବେହେରା | ତ୍ରିତୋଲ ବ୍ଲକ ସଭାପତି ନିରଞ୍ଜନ ବେହେରା | ସମ୍ପାଦକ ମନୋରଞ୍ଜନ ଘଡେଇ | ବାଲିକୁଦା ବ୍ଲକ ସଭାପତି ନେତ୍ରାନନ୍ଦ ମୁଦୁଲି | ଉପ ସଭାପତି ସୁବାଷ ବେହେରା | ବିରିଡି ବ୍ଲକ ସଭାପତି ଧନେଶ୍ୱର ବେହେରା | ସମ୍ପାଦକ ମକାରଧୋଜ ମୁଦୁଲି | ନାଉଗାଁ ବ୍ଲକ ଆବାହକ ନିଲୁ ପରିଜା | ଜଗତସିଂହପୁର ବ୍ଲକ ସଂଯୋଜକ ରଞ୍ଜନ ବେହେରା| ହୃଦାନନ୍ଦ ମୁଦୁଲି | ପ୍ରମୁଖ ଯୋଗଦେଇ କୁମ୍ଭକାରମାନଙ୍କ ର ବିଭିନ୍ନ ସମସ୍ୟା ଦିଗରେ ଆଲୋକପାତ କରିଥିଲେ | ଏହା ପରେ ରଘୁନାଥପୁର ବ୍ଲକ କୁମ୍ଭକାର ମହାସଂଘ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା |ସର୍ବସଂମତି କ୍ରମେ ସଭାପତି ଭାବେ ଅଭିମନ୍ୟୁ ବେହେରା |ଉପ ସଭାପତି ଚିତ୍ତ ରଞ୍ଜନ ବେହେରା | ସମ୍ପାଦକ ବିରାତ ବେହେରା | ସହ ସମ୍ପାଦକ ଯୁଧିଷ୍ଠିର ବେହେରା |କୋଷାଧକ୍ଷ ସୁଦର୍ଶନ ବେହେରା ନିର୍ବାଚିତ ହୋଇଥିଲେ | ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଶତାଧିକ କୁମ୍ଭକାର ସମ୍ପ୍ରଦାୟ ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜଗଦୀଶ ବେହେରା | ନିମାଇଁ ଚରଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




