ଅନୁଗୋଳ ସହରରେ ଆଜି ହୋଇଛି ରାହାଗିରି ବା ପଥ ଉତ୍ସବ । ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରାସ୍ତାରେ ଦେଖିବାକୁ ମିଳିଛି ଭଳିକି ଭଳିକି ସଚେତନା ଧର୍ମୀ କାର୍ଯ୍ୟକ୍ରମ । ଭୋଟର ସଚେତନତା ପାଇଁ ଏହି ଅଭିନବ ପ୍ରୟାସ ରେ ପଥ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରିଛି ଅନୁଗୋଳ ଜିଲ୍ଲା ପ୍ରଶାସନ । ନୂଆ ଭୋଟରଙ୍କୁ ତାଲିଖା ଭୁକ୍ତ କରିବା ଏବଂ ଭୋଟରଙ୍କ ପରିଚୟ ପତ୍ର ସଂଶୋଧନ କରିବା ଏବଂ ମତଦାତାଙ୍କୁ ଗଣତନ୍ତ୍ର ମହାପର୍ବରେ ସାମିଲ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟତଃ ନୂତନ ମତଦାତା ଙ୍କୁ ଫୋକସ୍ରେ ରଖାଯାଇଛି। ଏହା ପଥ ଉତ୍ସବ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜନ ହୋଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସଚେତନ ଶୋଭାଯାତ୍ରାଟି ସହର ପରିକ୍ରମା କରିଥିଲେ । ପରେ ଏହି ଉତ୍ସବରେ ଝୋଟି ରଙ୍ଗୋଲି ଠାରୁ ଆରମ୍ଭ କରି ଯୋଗ, କରାଟେ , ଟାଇକୋଣ୍ଡ ଆଦି ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ବିଭିନ୍ନ ଲୋକକଳା, ଦାସକାଠିଆ ଠାରୁ ଆରମ୍ଭ କରି ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ସବୁ ଦେଖିବାକୁ ମିଲିଥିଲ । ଏହି ଉତ୍ସବରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିପି ରାଏ, ଅନୁଗୋଳ ଉପ ଜିଲ୍ଲାପାଳ ବରନ୍ୟେନ୍ଦୁ ମହାନ୍ତି ,ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଉଦୟ କୁମାର ମହାପାତ୍ର ଏବଂ ପୋଲିସ ଅଧିକାରୀ ସାମିଲ ହୋଇଥିଲେ।

April 18, 2026/
No Comments



