ଜଗତସିଂହପୁର
ଆଜ୍ଞା ମୋ ନାମ ଚିନ୍ମୟୀ ମହାନ୍ତି | ମୋ ଘର ରଘୁନାଥପୁର ଥାନା ଏରଣ୍ଡପାଳ ଗ୍ରାମରେ | ଦୀର୍ଘ ଦଶ ବର୍ଷ ହେବ ମୁଁ ରେଢ଼ୁଆ ଗ୍ରାମର ପ୍ରସନ୍ନ ସ୍ୱାଇଁ ଙ୍କୁ ବିବାହ କରିଛି | ହେଲେ ମୋ ବାପାଙ୍କ ର କୈଣସି ପୁଅ ନ ଥିବାରୁ ମୁଁ ବାପ ଘର ଏରଣ୍ଡପାଳ ଗ୍ରାମରେ ରହି ଗାଈ ପାଳନ କରି ସେଥିରୁ ଯାହା ରୋଜଗାର କରେ ପରିବାର ଚଳାଏ | ମୋର ୯ ବର୍ଷ ର ଗୋଟିଏ ପୁଅ |ଏରଣ୍ଡପାଳ ବିଦ୍ୟାଳୟ ରେ ପାଠ ପଢୁଛି | ମୁଁ ଦୈନଦିନ ବିଲକୁ ଘାସ କାଟିବାକୁ ଯାଏ | ନଭେମ୍ବର ଦଶ ତାରିଖ ଦିନ ମୁଁ ବିଲକୁ ଘାସ କାଟିବାକୁ ଯାଇଥିଲି |ଆମ ପଡିଶା ଘର ମାମୁଁ ଆର୍ତତ୍ରାଣ ଖୁଣ୍ଟିଆ ମୋତେ ଅନ୍ୟ ଏକ ହିଡରେ ପ୍ରବଳ ଘାସ ହୋଇଛି କାଟିବାକୁ ଡାକିଲା | ମୁଁ ସେଠାରେ ପହଂଚିଥିଲି |ମୋତେ ଏକୁଟିଆ ପାଇ ବଳ ପୁର୍ବକ ମାଡିବସି ବଳତ୍କାର କରିବାକୁ ଉଦ୍ୟମ କଲେ ମୁଁ ଚିତ୍କାର କଲି ଏବଂ ସେଠାରୁ ଖସି ଆସିଲି |ଏ ସଂକ୍ରାନ୍ତ ରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚ ଙ୍କୁ ଜଣାଇଲି |ସେ ମୋ କଥାଶୁଣିଲେ ନାହିଁ | ବାଧ୍ୟ୍ୟ ହୋଇ ମୁଁ ରଘୁନାଥପୁର ଥାନା ଅଧିକାରୀ ଙ୍କୁ ଗୁହାରି କଲି ସେ ଅଭିଯୋଗ ପଞ୍ଜିକରଣ କଲେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ | ତାହା ପରେ ଏସ ପି ଙ୍କୁ ଗୁହାରି କଲି ସେ ମଧ୍ୟ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗକାରୀ ଚିନ୍ମୟୀ ମହାନ୍ତି ଅଭିଯୋଗ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 18, 2026/
No Comments



