କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ତହସିଲ୍ ତଥା ବାଲାଣି ଥାନା ଅନ୍ତର୍ଗତ ପାଣ୍ଡୁଲ ଜଳପ୍ରପାତ ରେ ଗତ 23ତାରିଖ ଦିନ ନିଖୋଜ ହୋଇଥିବା ଛାତ୍ର ତାରାଶଙ୍କର ଙ୍କ ମୃତ ଦେହ ଉଦ୍ଧାର। ସୂଚନା ଅନୁଯାୟୀ ସୁଦୂର ପଶ୍ଚିମବଙ୍ଗ ରାଜ୍ୟ କଲିକତା ଅଞ୍ଚଳର ଆଶୁତୋଷ ନାମକ ଏକ ଘରୋଇ ମହାବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ ଏକ ଅଧ୍ୟୟନ ଭ୍ରମଣରେ ଆସି ବଡବିଲ ଥାନା ଅନ୍ତର୍ଗତ ହୋଟେଲ୍ ଆଧାର ରେ ରହିଥିବା ବେଳେ ଗତ 23ତାରିଖରେ ବାଲାଣି ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ଅସୁରକ୍ଷିତ ଭାବେ ଥିବା ପାଣ୍ଡୁଲ ଜଳପ୍ରପାତ କୁ ବୁଲିବାକୁ ଯାଇଥିବା ବେଳେ କୌଣସି କାରଣରୁ ଅବା ଅସାବଧାନତା ଯୋଗୁ ଦୁଇଜଣ ଛାତ୍ର ପାଣ୍ଡୁଲ ଜଳପ୍ରପାତ ରେ ଥିବା ଗଭୀର ଜଳରେ ଖସିପଡ଼ିଥିଲେ ସେଥି ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ତାରାସଙ୍କର 23ତାରିଖରୁ ନିଖୋଜ ଥିଲେ, ବଡବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ କୌଣସି ପ୍ରକାରର ସନ୍ଧାନ ପାଇନଥିବା ବେଳେ ରାଉଲକେଲା ରୁ ଓଡ୍ରାଫ୍ ଟିମ୍ ଆସି ଗତକାଲି 24ତାରିଖ ସଖାଳୁ ନିଖୋଜ ଛାତ୍ରକୁ ସନ୍ଧାନ ଜାରିରଖିଥିବା ବେଳେ ଆଜି 25ତାରିଖ ଦୁର୍ଘଟଣା ଘଟିବାର ପାଖାପାଖି 48ଘଣ୍ଟା ପରେ ଉକ୍ତ ନିଖୋଜ ଛାତ୍ରକୁ ମୃତ ଅବସ୍ଥାରେ ଗଭୀର ଜଳରାଶିରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତେବେ ଏଇଠି ପ୍ରଶ୍ନ ଉଠେ ଉକ୍ତ ଛାତ୍ର ଛାତ୍ରୀ ଙ୍କୁ ଉକ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପାଣ୍ଡୁଲ ଜଳପ୍ରପାତ ପାଖକୁ ନେଲା କିଏ, କଣ ଉକ୍ତ ଅସୁରକ୍ଷିତ ସ୍ଥାନକୁ ନେବା ପୂର୍ବରୁ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇଥିଲା କି, ଉକ୍ତ ଅସୁରକ୍ଷିତ ସଂରକ୍ଷିତ ଘଞ୍ଚ ଜଙ୍ଗଲ କୁ ପ୍ରବେଶ ଓ ବିପଦପୂର୍ଣ ଭାବେ ଥିବା ଜଳରାଶି ନିକଟକୁ ଯିବାପାଇଁ ,କଣ ଆଞ୍ଚଳିକ ପ୍ରଶାସନ ଅବା ବନ ବିଭାଗ ଠାରୁ ଅନୁମତି ନିଆଯାଇଥିଲା କି , ଯଦି ଏସବୁ କୁ ଦୃଷ୍ଟିରେ ରଖି ଉକ୍ତ ଅସୁରକ୍ଷିତ ସ୍ଥାନକୁ ଯାଇଥାନ୍ତେ ତେବେ ଏକ ଉଦୀୟମାନ ଯୁବ ପ୍ରତିଭାର ଜୀବନ ବଞ୍ଚି ଯାଇଥାନ୍ତା। ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏହି ଦୁର୍ଘଟଣାକୁ ଅତି ଗୁରୁତ୍ବ ସହକାରେ ଗ୍ରହଣ କରି ପ୍ରକୃତ ଦୋଷୀ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ମୃତ ତରାଶଙ୍କର ଙ୍କ ଭାଇ ଅଭିଷେକ ମଧ୍ଯ ତାଙ୍କ ଭାଇର ମୃତ୍ୟୁ ର ସଠିକ୍ ତଦନ୍ତ ପାଇଁ ପ୍ରଶାସନ କୁ ଗୁହାରି କରିଛନ୍ତି।ବାଲାଣି ପୋଲିସ୍ ପକ୍ଷରୁ ଆଜି 26ତାରିଖ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ଘରଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




