ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ର ବିଶିଷ୍ଟ ସମାଜସେବୀ, ଅନୁଷ୍ଠାନ ପ୍ରେମୀ, ଓ ବିଶିଷ୍ଟ ନାଟ୍ଯ କଳାକାର ବୈଷ୍ଣବ ଚରଣ ବେହେରା ଡିସେମ୍ବର ମାସ ସତର ତାରିଖ ରାତିରେ ଇହଲୀଳା ସମ୍ବରଣ କରିଥିଲେ।
ତେୟାଅଶି ବର୍ଷ ବୟସରେ ମଧୁମେହ ରୋଗରେ ପୀଡିତ ହୋଇ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ବିୟୋଗ ରେ ଗଁଦିଆ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ଗଁଦିଆ ସ୍ମୃତି ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଅଛି। ଗଁଦିଆ ସ୍ମୃତି ସଂସଦ ତରଫରୁ ସଭାପତି ହରିହର ସାହୁ ଓ ଉପଦେଷ୍ଟା ଡଃ ସମୀର କୁମାର ସାହୁ ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସ୍ବର୍ଗତ ବେହେରା ଷଡ଼ଙ୍ଗୀ ଗ୍ରାମ ର ସଭାପତି ଓ ଆନନ୍ଦମୟୀ ଦୁର୍ଗାପୂଜା ପ୍ରତିଷ୍ଠାନ ର ମୁଖ୍ଯ ଉପଦେଷ୍ଟା ଥିଲେ। ଦୀର୍ଘ ଦିନ ଧରି ଆଖଣ୍ଡଳମଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସଭାପତି ରୂପେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ।

April 21, 2026/
No Comments



