ଅନୁଗୋଳ – ଅନୁଗୋଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦେହାନ୍ତ ହୋଇଯାଇଛି। ଆଜି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ତାଙ୍କ ନିଜ ଗ୍ରାମ କୁଲାଡ ବାସଭବନରେ ପରଲୋକ ଗମନ କରିଛନ୍ତି। ସେ କଂଗ୍ରେସ ଦଳରୁ ଅନୁଗୋଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥି ସହିତ କଂଗ୍ରେସ ଶ୍ରମିକ ସଂଘର ସଭାପତି ଓ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇଁ କଂଗ୍ରେସ ନେତା ଓ ବିଭିନ୍ନ ମହଲରୁ ଲୋକଙ୍କ ଭିଡ ଲାଗିଥିଲା।

September 20, 2026/
No Comments



