ଓଡ଼ିଶାରେ ଚଳିତ ବର୍ଷ ବିଧାନ ସଭା ଓ ଲୋକ ସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ସତ୍ତ୍ବେ ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଟୋପ ଗ୍ରାମ ପଞ୍ଚାୟତ ସରପଞ୍ଚ ଡୁଳେଶ୍ୱରି ବୁଡ଼ା ସିଂହପାଲି ଗାଁ ଅଞ୍ଚଳରେ ତାଙ୍କ ପୁଅ ଓ କିଛି ସହଯୋଗୀ ଲୋକଙ୍କୁ ନେଇ ଦବଙ୍ଗଗିରି ଦେଖାଇବା ସହ ସାମ୍ବାଦିକଙ୍କ ଘରକୁ ପଶି ବାହୁବଳୀର ତାକତ ଦେଖାଇ ଅତ୍ୟାଚାର କରିବା ଆରମ୍ଭ କରିଦେଲେଣି। କାରଣଟି ଅସ୍ପଷ୍ଟ ଥିବା ବେଳେ ସରପଞ୍ଚଙ୍କ ଏପରି ଅତ୍ୟାଚାରକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ସରପଞ୍ଚ କାହିଁକି ସାମ୍ବାଦିକଙ୍କ ଉପରକୁ ଏମିତି ବାରମ୍ବାର ଆକ୍ରୋଶ ମନୋଭାବ ପୋଷଣ କରି ଆକ୍ରମଣ କରୁଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ।l ସେ କଣ ଜନ ପ୍ରତିନିଧି ହୋଇ ସରକାର ଙ୍କ ଆଚରଣ ବିଧି ଭୁଲି ଗଲେ? ସେ କଣ ଜାଣି ନାହାଁନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଆକ୍ରମଣ କରିବା ଜଘନ୍ୟ ଅପରାଧ ଅଟେ ? ହିତାହିତ ଜ୍ଞାନ ଭୁଲି ନା ଜାଣି ଶୁଣି ପଡ଼ା ପଡ଼ା ରେ ଏହିପରି ବିଭ୍ରାଟ, ଘରେ ଘରେ ଅଶାନ୍ତି ର ବାତା ବରଣ ସୃଷ୍ଟି କରିବା ସହ ଆତଙ୍କ ଖେଳାଇଦେଉଛନ୍ତି l ଏ ସବୁ ଉପରେ ସାମ୍ୱାଦିକ ପବିତ୍ର ମେହେରଙ୍କ ପତ୍ନୀ ସୀତା ମେହେର ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କୁ ଫୋନ ମଧ୍ୟରେ ଯୋଗାଯୋଗ କରିଲା ପରେ ଥାନା ଅଧିକାରୀ ଘଟଣା ସ୍ଥଳ ଙ୍କୁ ଆସିଥିଲେ ହେଁ ସରପଞ୍ଚଙ୍କ ପ୍ରତିନିଧି କୈଳାଶ ବୁଡ଼ା ପୋଲିସଙ୍କୁ ମିଛ ଟାରେ ଭୁଆଁ ବୁଲାଇ ତାଙ୍କ ପାଖକୁ ନେଇ ଯାଇଥିଲେ । ତାପରେ ସାମ୍ବାଦିକ ପାଖକୁ ନ ଆସି ରଙ୍ଗ ବଦଳାଇଦେଲେ କି ପୋଲିସ ବାବୁ? ସରପଞ୍ଚଙ୍କ ଘରଙ୍କୁ ଚା, ଜଳଖିଆ କରିବାକୁ ଆସିଥିଲେ କି ? ଏହି ଚୋରା ପୀରତି ଖେଳରେ ପୋଲିସ ବାବୁ ସାମିଲ ନାହିଁ ତ?
ସରପଞ୍ଚଙ୍କ ଏଭଳି କାର୍ଯ୍ୟ ସାଧାରଣ ଜନତା ନିନ୍ଦା କରିବା ସହ ପ୍ରଶ୍ନ କରୁଛନ୍ତି ଗାଁ ର ବିକାଶ କଥା କହୁଥିବା ସରପଞ୍ଚ, ଜନପ୍ରତିନିଧି ହୋଇ ଖୁଦ ନିଜେ ଦବଙ୍ଗଗିରି ଦେଖାଉଛନ୍ତି l ନିର୍ବାଚନ ଆଚରଣବିଧିର ଖୁଲମ୍ ଖୁଲ୍ଲା ଉଲ୍ଲଂଘନ କରୁଛନ୍ତି ଟୋପ ସରପଞ୍ଚ ଡୁଲେଶ୍ବରୀ ବୁଡ଼ା । ତାଙ୍କର ଏ ଭଳି କାର୍ଯ୍ୟ ଙ୍କୁ ସହି ନ ପାରି ଦୃଢ଼ ସମାଲୋଚନା କରୁଛନ୍ତି ଗାଁ ଲୋକେ l ତେବେ ଦେଖାଯାଉ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥବା ସରପଞ୍ଚଙ୍କ ପ୍ରତି ଜିଲ୍ଲା ପ୍ରଶାସନ କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ପଦକ୍ଷେପ ନେଉଛନ୍ତି ନା ଚୁପଚାପ ବସି ନୀରବଦ୍ରଷ୍ଟା ସାଜୁଛନ୍ତି ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


