ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ନୂଆହତା ଗ୍ରାମ ପଞ୍ଚାୟତ ରେ ରାତି ଅଧରେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ। ଅଭିଯୋଗ କାରିଣୀ ଜଣଙ୍କ ହେଲେ ସାଗର ପ୍ରସାଦ ଜେନାଙ୍କ ଧର୍ମପତ୍ନୀ ତ୍ରିବେଣୀ ଜେନା। ସ୍ଵାମୀ ସ୍ତ୍ରୀ ଆଜିକୁ ପ୍ରାୟ ତିନିବର୍ଷ ରୁ ଉର୍ଦ୍ଧ ହେବ ୫୫ନମ୍ବର ଜାତୀୟ ରାଜପଥ ବାଇପାସ୍ ଛକରେ ଭଡ଼ାଟିଆ ଭାବେ ରହି ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ରେ କାର୍ଯ୍ୟ କରନ୍ତି । ତ୍ରିବେଣୀ ଙ୍କ ସୂଚନା ମୁତାବକ ତାଙ୍କ ସ୍ଵାମୀ ରାତି ପ୍ରାୟ ୩ ଘଟିକା ସମୟରେ ଡିୟୁଟିରେ ବାହାରିଯିବା ପରେ ଅଚାନକ଼୍ ଘର ଭିତରକୁ ପଶି ହାତରେ ଏକ୍ କଣ୍ଟା ଖୋଲା ମାରତୁଲ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ସୁନା ଚେନ ଲୁଟ କରି ପଳାଇଥିଲା। ଏଥିନେଇ ବଅଁରପାଳ ଏକ୍ ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


