ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ସକାଳେ ଇହଲିଳା ସମ୍ବରଣ କରିଛନ୍ତି। ଦୀର୍ଘ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଗୁରୁତର ଅବସ୍ଥାରେ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ୫.୨୫ ମିନିଟ ସମୟରେ ପ୍ରାଣ ତ୍ୟାଗ କରିଛନ୍ତି ବୋଲି ସୂଚନା ମିଳିଛି। ଓଡ଼ିଶା ରାଜନୀତିରେ ଦୀର୍ଘଦିନ ଧରି ସକ୍ରିୟ ଥିବା ବେଳେ କିଛି କାରଣ ବଶତଃ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ। ତେବେ ଦାମ ବାବୁ ବିଜେପି ରେ ଯୋଗ ଦେଇଥିଲେ ଓ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ଗତ ଜାନୁଆରୀ ମାସରେ ବିଜେଡି ପକ୍ଷରୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବିଜୁ ବାବୁଙ୍କ ଅତି ଘନିଷ୍ଠ ଦମବାବୁ ଆଜି ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ। ତାଙ୍କର ଅମର ଆତ୍ମାର ସଦଗତୀ ଆମର କାମ୍ୟ। ପ୍ରକାଶ ଥାଉକି ଦାମ ବାବୁ ୭ ଥର ବିଧାୟକ ଓ ବହୁବାର ମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଜୀବନ କାଳ ସେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ୮୩ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଗଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


