ଢେଙ୍କାନାଳ,୨୩ା୩: ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଅମ୍ରିତ ଋତୁରାଜ (ଆଇଏଏସ) ଆଜି ଯୋଗଦେଇଛନ୍ତି ।ସେ ସନ୍ଧ୍ୟାରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସମସ୍ତ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ଋତୁରାଜ ୨୦୧୫ ବ୍ୟାଚ ଆଇଏଏସ ଅଧିକାରୀ ହୋଇଥିବା ବେଳେ ପୂର୍ବରୁ ରାୟଗଡା ଉପଜିଲ୍ଲାପାଳ, ପିଡି ଡିଆରଡିଏ, କେନ୍ଦ୍ରାପଡା ଜିଲ୍ଲାପାଳ, ରାଜ୍ୟ ଶ୍ରମ କମିଶନର ଭାବେ କାର୍ଯ୍ୟ କରିଛନ୍ତି ।
ସେହିପରି ଅପରାହ୍ନ ରେ ବିଦାୟୀ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କୁ ବିଦାୟସମ୍ବର୍ଦ୍ଧନା ଦିଆଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜିଲ୍ଲାପାଳ ଶ୍ରୀ ମଲ୍ଲିକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ମଲ୍ଲିକ 5 ମାସର ଅନୁଭୁତି ବଖାଣିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସମ୍ବିତ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଶ୍ରୀମତୀ ଅନିତା ପାତ୍ର, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତିଶଙ୍କର ସାହୁ, ଡିଏଫଓ ଶ୍ରୀ ସୁମିତ କର, ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


