ଭଦ୍ରକ ସହରର ଟାଉନ ହଲ ଠାରେ ଓ ଶ୍ରୀମଦ ଶ୍ରୀ ଶ୍ରୀ ସାରଥୀ ଦେବଙ୍କ ପରିବାର ଭଦ୍ରକ ପକ୍ଷରୁ ଜଳଛତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଖରାରେ କେହି ପଦାକୁ ବାହାରୁ ନ ଥିବା ବେଳେ ଭଦ୍ରକର ସାରଥି ପରିବାର ପକ୍ଷରୁ ଗୋବିନ୍ଦ କୁ ଦେଖ ଗରୀବକୁ ଦେଖ ନ୍ୟାୟରେ ଜଳଛତ୍ର ଶିବିର ଆୟୋଜନ କରାଯାଇ ଲୋକମାନଙ୍କୁ ପଣା,ଦହି ସର୍ବତ
ବଣ୍ଟନ କରାଯାଇଥାଏ। ଯାହାଦ୍ବାରା ଲୋକମାନଙ୍କର ମନକୁ ଶାନ୍ତ କରିଥାଏ।ଖାଲି ଜଳଛତ୍ର ଶିବିର ନୁହେଁ ବିଭିନ୍ନ କାର୍ଯ୍ୟକ୍ରମ ମାନ ସାରଥି ପରିବାର ପକ୍ଷରୁ ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଥାଏ। ଯାହାକି ଭଦ୍ରକ ଓ ଏହାର ଆଖପାଖ ଅଞ୍ଚଳ ମାନଙ୍କରେ ଆନନ୍ଦର ଲହରୀ ଖେଳିଯାଇଛି। ଗୈରାଙ୍ଗ ଜେନା,ବିଜୟ ଜେନା, ଶଙ୍କର୍ଷଣ ପଲାଇ, ସଚିଦାନନ୍ଦ ପଲାଇ,ବଳରାମ ଜେନା, ଦିଲ୍ଲୀପ କୁମାର ବାରିକ, ରୁଦ୍ରନାରାୟଣ ବାରିକ,ଧିରେନ ସାହୁ,ସୁଜାତା ନାୟକ,ମାନିନୀ ଜେନା,ଅନିତା ରାଉତ,ମମତା ମିଶ୍ର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

