ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ
ଅନୁଗୋଳ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ଓ ପ୍ରସ୍ତୁତିକୁ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତରଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧକ୍ଷକ ଶ୍ରୀ ରାହୁଳ ଜୈନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବାତ୍ୟା ପାଇଁ ଅନୁଗୋଳ ଜିଲ୍ଲାକୁ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ଦ୍ବାରା ଅରେଞ ଓ୍ୱାଣ୍ଡିଂ ଜାରି କରାଯାଇଛି । ଏହି ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପୂର୍ବ ପ୍ରସ୍ତୁତି ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।୧) ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ବିନା ଅନୁମତିରେ ସଦର ମହକୁମା ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୨) ଚଳିତ ମାସ ୨୪ ତାରିଖ ସନ୍ଧ୍ୟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାରମାନଂକୁ ସଜାଗ ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତାଳଚେର, କଣିହାଁ, ପାଲଲହଡା ଓ ବଅଁରପାଳ ବ୍ଳକ୍ ଅଧିକ ପ୍ରଭାବର ଆଂଶକା ଥିବାରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୩) ବିପଦ ସଙ୍କୁଳ କଚା ଘରରୁ ଜନସାଧାରଣ ଓ ଗୃହ ପାଳିତ ପଶୁମାନଂକୁ ଆଶ୍ରୟ ସ୍ଥଳୀ, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରଭାବିତ ଅଂଚଳର ଗର୍ଭବତୀ ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କୁ ନିର୍ଦ୍ଧାରିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଂକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।୪) ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କଳା ବଜାରି ରୋକିବା ଓ ଦରଦାମ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗ ଓ ଆରକ୍ଷା ବାହିନୀକୁ ନିରିକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୫) ଲକ୍ଷ୍ମୀ ପୂଜା ନିମନ୍ତେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ତୋରଣ, ଲାଇଟ୍ ଗେଟ୍ ଇତ୍ୟାଦିକୁ ସମ୍ପୂର୍ଣ୍ଣ କରାଯାଇ ବିପଦ ସଙ୍କୁଳ ନିର୍ମାଣ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୬) ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ ସରବରାହ ପୁନଃ ସଂଯୋଗୀକରଣ,ରାସନ ଓ ରନ୍ଧା ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଧ୍ୟାନ ଦେବା ନିମନ୍ତେ ବିଭାଗୀୟ ଅଧିକାରୀମାନଂକୁ ନିର୍ଦ୍ଦେଶ ଦିଆଯାଇଛି ।១) ବାତ୍ୟା ଓ ଏହାର ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସେବାର ସୁପରିଚାଳନା ନିମନ୍ତେ ବିଶେଷ ପଦକ୍ଷେପ ନେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ସ୍ଥାନ ଗୁଡିକରେ କିପରି ଜନସାଧାରଣଙ୍କ ନିକଟରେ ଔଷଧ ପହଞ୍ଚାଯାଇ ପାରିବ ଓ ପ୍ରଭାବିତ ଜନସାଧାରଣଙ୍କୁ କିଭଳି ତୁରନ୍ତ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇପାରିବ ସେଥିପାଇଁ ସଜାଗ ରହିବାକୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି ।୮) ଜିଲ୍ଲା ସ୍ତରରେ ଜରୁରୀକାଳିନ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ( ୦୬୭୬୭- ୨୩୪୨୧୮) କାର୍ଯ୍ୟକ୍ଷମ ରହିବ । ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ସମ୍ମୁଖୀନ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି ଏବଂ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଛି ।୯) ବିଭିନ୍ନ ସମୟରେ ସରକାରୀ ସୁତ୍ରରୁ ମିଳୁଥିବା ସୂଚନା ବିଷୟରେ ଜନସାଧାରଣଙ୍କୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯିବ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷୁଙ୍କୁ ସହଯୋଗ କରିବା ପାଇଁ ଜନସାଧାରଣମାନଂକୁ ଅନୁରୋଧ କରାଯାଉଛି ।



