କଲେଜ କତୃପକ୍ଷଙ୍କ ଅବହେଳାରୁ ରାଗିଁ ଓ ମାରପିଟ୍ ଅଭିଯୋଗ ହୁଏ
କେନ୍ଦୁଝର ଜିଲ୍ଲା ସଦର ମହକୁମାର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ , ସିନିୟର୍ ପିଲାଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର। ଯାହା ଅଭିଯୋଗ ହୁଏ ରାତି ଅଧରେ ୫ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ , କୁସୁମ ହାସଦା , ବାବୁ ଦାଶ ଓ ଶେଖର ହଷ୍ଟେଲ କବାଟ ଭାଙ୍ଗି ପଶି ଲୁହାରଡ଼ ଏବଂ ବାଡ଼ିରେ ବାଡେଇଥିଲେ । ଫଳରେ ବିଶ୍ଵଜିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ବିଶ୍ଵଜିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହା ଅଭିଯୋଗ କି ବିଶ୍ୱଜିତଙ୍କୁ ପୂର୍ବରୁ ଏହି ୫
ଜଣ ସିନିଅର ଛାତ୍ର ରାଗିଂ କରିଥିବା ନେଇ ତାଙ୍କ ବାପା କଲେଜ ରେ ଅଭିଯୋଗ କରିଥିଲେ ହେଲେ କଲେଜ କଲେଜ କର୍ତୁପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ଓ ଅବହେଳା ପାଇଁ ଆଜି ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



