ଉତ୍ତର ଭାରତୀୟଙ୍କ ମହାନ୍ ଗଣପର୍ବ ଛଟ୍ ବଡ଼ବିଲ ପୌରାଞ୍ଚଳ ରେ ପାଳନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ଉତ୍ତର ଭାରତୀୟ ଙ୍କ ମହାନ୍ ଗଣପର୍ବ ଛଟ୍ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ ହୋଇଯାଇଛି, ଏହି ପରିପ୍ରେକ୍ଷୀରେ ବଡ଼ବିଲ ମହାନ୍ତ ବସ୍ତି ନିକଟରେ ଥିବା ଡିୟାମ୍ ଠାରେ ବଡବିଲ ଛଟ୍ ପୂଜା କମିଟି ପକ୍ଷରୁ ପୂଜା ପାଇଁ ଭବ୍ୟ ଅୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା, ସେହିପରି ବଡ଼ବିଲ ପୌରାଞ୍ଚଳ ବାରନମ୍ବର୍ ୱାର୍ଡ଼ ଚଟେଇ ହାଟିଂ ସ୍ଥିତ କାରୋ ନଦୀ କୂଳରେ ମଧ୍ୟ ଛଟ୍ ପୂଜା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



