ତାଳଚେର ଥର୍ମାଲ ରେ ଏନ. ଟି. ପି. ସି ର 50 ତମ ସ୍ଥାପନା ଦିବସ ପାଳିତ
ତାଳଚେର – ସମ୍ପ୍ରତି 07 ନଭେମ୍ବର 2024 ରେ ଏନ. ଟି. ପି. ସି ସମଗ୍ର ଦେଶ ରେ ତାର ବିଭିନ୍ନ ପ୍ରକଳ୍ପ ରେ 50 ତମ ସ୍ଥାପନା ଦିବସ ପାଳନ କରୁଅଛି. ଏହି କ୍ରମରେ ତାଳଚେର ଥର୍ମାଲ ରେ ଅତ୍ୟନ୍ତ ଚିତାକର୍ଷକ ଭାବେ ଏହା ପାଳନ କରାଯାଇଥିଲା.ପ୍ରାରମ୍ଭରେ ନୂତନ ଭାବେ ତିଆରି କରାଯାଇଥିବା ପ୍ରୋଜେକ୍ଟ ଅଫିସ ପ୍ରାଙ୍ଗଣରେ ଏନ. ଟି. ପି ସି. ପତାକା ଉତୋଳନ କରାଯାଇଥିଲା. ପତାକା ଉତୋଳନ କରି ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଜୟ ଚାନ୍ଦ ଏନ. ଟି. ପି. ସି. ର ଏହି ସୁଦୀର୍ଘ ଯାତ୍ରା ବିଷୟରେ ଏକ ସାର ଗର୍ଭକ ବାର୍ତା ପରିବେଷଣ କରିଥିଲେ. ଏନ. ଟି. ପି. ସି. 1975 ମସିହାରେ ତାର ଯାତ୍ରା ର ଶୁଭାରମ୍ଭ କରିଥିଲା ଓ ଆଜି ଭାରତ ବର୍ଷ ର ଏକ ଅଗ୍ରଣୀ ଶକ୍ତି ଉତ୍ପାଦନ ସଂସ୍ଥା ରୂପେ ପରିଗଣିତ ହୋଇଛି. କେବଳ ତାପଜ ବିଦ୍ୟୁତ ନୁହେଁ, ବରଂ ଜଳ ଶକ୍ତି, ପବନ ଶକ୍ତି, ନିଉକ୍ଲିୟ ଶକ୍ତି ପରି ଅନ୍ୟ ଶକ୍ତି ଉତ୍ପାଦନ ରେ ପ୍ରବେଶ କରିଛି.କେବଳ ଶକ୍ତି ଉତ୍ପାଦନ ନୁହେଁ, ବରଂ ଦେଶ ର ସାମଗ୍ରିକ ବିକାଶ ଓ ପରିପାର୍ଶିକ ଅଂଚଳ ର ବିକାଶ ଦିଗରେ ଏନ. ଟି. ପି. ସି. ଅନେକ କାର୍ଯ୍ୟ କରୁଅଛି. ଆଗାମୀ 2032 ମସିହା ସୁଦ୍ଧା ଶକ୍ତି ଉତ୍ପାଦନ ଦ୍ରୁତତ୍ତମ ହେବ ବୋଲି ସେ ପ୍ରକାଶ କରିଥିଲେ.ପରେ ପରେ 50 ବର୍ଷ ପୂର୍ତ୍ତି ଉପଲକ୍ଷେ 50ଟି ବୃକ୍ଷ ରୋପଣ କରାଯାଇ ଥିଲା. ପୂର୍ବ ସନ୍ଧ୍ୟା ରେ ଏକ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏହି ସବୁ କାର୍ଯ୍ୟକ୍ରମ ରେ ଜି.ଏମ ଶ୍ରୀ ଜେ. ପି. ରାୟ, ଶ୍ରୀ ଦୀପକ, ମୁଖ୍ୟ ଚିକିତ୍ସାଧିକାରୀ, ସି. ଆଇ. ଏସ. ଏଫ. ଅଧିକାରୀ, ମହିଳା କ୍ଳବ ର ସଭାନେତ୍ରୀ ଓ ସଦସ୍ୟା, କର୍ମଚାରୀ, ମାନେ ଯୋଗ ଦେଇଥିଲେ.



