ଅନୁଗୋଳ ୧୦.୧୧: ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗର ଆନୁକୁଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଅର୍ନ୍ତଗତ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ସେ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ଭାରତକୁ ବିଶ୍ଵର ଖାଦ୍ୟ ଦାତା ଭାବେ ରୂପାନ୍ତର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ଅତିଥି କହିଥିଲେ। ମୁଖ୍ୟ ବକ୍ତା ଭାବେ ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷୁଦ୍ର ଶସ୍ୟ ( millets) ମୁଖ୍ୟତଃ ମାଣ୍ଡିଆର ବିଶ୍ଵ ଦରବାରରେ ପ୍ରଚାର ପ୍ରସାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜ ଖାଦ୍ୟ ବ୍ୟବହାର ପ୍ରଣାଳୀରେ ପ୍ରତ୍ୟେକ ଜନସାଧାରଣ ମାଣ୍ଡିଆ କୁ ସାମିଲ କରିବା ଦ୍ୱାରା ସୁସ୍ଥ ଓ ନିରୋଗ ରହିପାରିବେ ମଧ୍ୟ ସେ ବୋଲି କହିଥିଲେ। ମାଣ୍ଡିଆ ଓ ମଣ୍ଡିଆରୁ ତିଆରି ବିଭିନ୍ନ ପ୍ରକାର ଖାଦ୍ୟକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପ୍ରଶାସନର କର୍ତ୍ତବ୍ୟ ବୋଲି ମଧ୍ୟ ସେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଶ୍ରୀ ଦେବାଶିଷ ମିଶ୍ର ଯୋଗ ଦେଇ କ୍ଷୁଦ୍ର ଶସ୍ୟ ( millets) ରେ ଥିବା ବିଭିନ୍ନ ପ୍ରକାର ଖାଦ୍ୟ ଓ ତାର ସ୍ଵାସ୍ଥ୍ୟଗତ ଉପକାରିତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ଯୋଶବନ୍ତ ବେହେରା, ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲେଶ୍ୱର୍ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ତୃଣମୂଳ ସ୍ତର ରେ ବ୍ୟାପକ ସଚେତନତା କରିବା ଜରୁରୀ ବୋଲି କହିବା ସହ, ଅଧିକରୁ ଅଧିକ ମାଣ୍ଡିଆ ଚାଷ କରିବା ନିମନ୍ତେ କୃଷକ ମାନଙ୍କୁ କୃଷି ବିଭାଗ ତରଫରୁ ଆବଶ୍ୟକ ବୈଷୟିକ ଜ୍ଞାନ ପ୍ରଦାନ କରିବା ଜରୁରୀ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷୁଦ୍ର ଶସ୍ୟ କୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶିନି କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


