( ପ୍ରାୟୋଜିତ ଜମିବାଡ଼ି ବିବାଦ ଯୋଗୁଁ ଶାରୀରିକ, ମାନସିକ ଯନ୍ତ୍ରଣା ରେ ଜର୍ଜରିତ ଦୁଇ ଭାଇ ଓ ପରିବାର |ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ଦାବି)
ଜଗତସିଂହପୁର ତା =12/11/24 କଳୁଷିତ ସମାଜରେ ସ୍ୱାର୍ଥ ପାଇଁ ମଣିଷ କେତେ ଯେ ତଳକୁ ଖସିଯାଇପାରେ ତାହା ପରିକଳ୍ପନା କରିବା ସମ୍ଭବ ନୁହେଁ | ସ୍ୱାର୍ଥ ପାଇଁ ଭାଇ ଭାଇ କୁ ପ୍ରତାରଣା ଦେଉଛି ତ ବନ୍ଧୁ ବନ୍ଧୁର ହତ୍ୟା କାରି ସାଜିଛି | ହେଲେ ତିର୍ତ୍ତୋଲ ଥାନା କନକପୁର ଫାଣ୍ଡି ତରାପୁର ଛତ୍ରମଠ ଗ୍ରାମରେ ମାମୁଁ, ଭଣଜା ପରିବାର ମଧ୍ୟ୍ୟରେ ଜମି ବାଡି଼ ବିବାଦ କୁ କେନ୍ଦ୍ର କରି ଘମାଘୋଟ ଲଢେଇ ଚରମ ସୀମା ଲଙ୍ଘିଛି | ଭଣଜା ର ଅଭାବ ଅନାଟନ, ଦୟନୀୟ ଅବସ୍ଥା ଦେଖି ମାମୁଁ ଭଣଜା କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ସହିତ ଗ୍ରାମର ଭଦ୍ର ଲୋକ ଙ୍କ ମଧ୍ୟ୍ୟସ୍ଥତାରେ ପୈତୃକ ସମ୍ପତ୍ତି ଜମି, ବାଡ଼ି ପ୍ରଦାନ କରିଥିଲେ | ପରେ ଭଣଜା ଆତ୍ମନିର୍ଭରଶୀଳ ହୋଇ ଅନେକ ବର୍ଷ ହେବ ପରିବାର କୁ ନେଇ ରାଜଧାନୀ ରେ ରହୁଥିଲା | ମାମୁଁଘରର ଆର୍ଥିକ ସ୍ଵଛଳତା, ଘର ଦ୍ୱାର ପ୍ରତି ଲୋଭାଶକ୍ତ ଭଣଜା କୁଚକ୍ରୀ ବ୍ୟକ୍ତି ଙ୍କ ପ୍ରରୋଚନା ରେ ପଡି ହଠାତ ମାମୁଁ ଘର ବଳପୁର୍ବକ ଦଖଲ କରିବାକୁ ଉଦ୍ୟମ କରିଥିଲେ | ଏଥିନେଇ ମାମୁଁ, ଭଣଜା ଙ୍କ ମଧ୍ୟ୍ୟ ରେ ପାଟିତୁଣ୍ଡ ହେବାରୁ ଉଭୟେ କନକପୁର ଫାଣ୍ଡିରେ ଅଭିଯୋଗ କରିଥିଲେ | ଫାଣ୍ଡି ଅଧିକାରୀ ଙ୍କ ଉପସ୍ଥିତ ରେ ଜମିବାଡ଼ି ମାପ ଚୁପ ହୋଇଥିଲା | ପୋଲିସ, ତହସିଲ ଙ୍କ ଉପସ୍ଥିତ ରେ ଆପସ ସମାଧାନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ଚାଲିଥିବା ବେଳେ ଭଣଜା ଏବଂ ତାଙ୍କ ଧର୍ମ ପତ୍ନୀ ମାମୁଁ ଘର ବଳ ପୂର୍ବକ ଦଖଲ କରିବା ନିମନ୍ତେ ପ୍ରାୟୋଜିତ ଭାବେ ଘର ସମ୍ମୁଖରେ ୮ ଦିନ ହେବ ଧାରଣା ରେ ବସି ରହିବାରୁ ମାମୁଁଘର ପରିବାର ଶାରୀରିକ, ମାନସିକ ଯନ୍ତ୍ରଣା ଭୋଗୁଛନ୍ତି | ଜ଼ିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମାମୁଁ, ଭଣଜା ବିବାଦର ଆପସ ସମାଧାନ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



