ବିଶ୍ବ ମତ୍ସ୍ୟ ଦିବସ ପାଳିତ
ଅନୁଗୋଳ ତା.୨୧.୧୧ : – ଆଜି ପୂର୍ବାହ୍ନରେ ସ ସ୍ଥାନୀୟ ମିଶ୍ରପଡା ସ୍ଥିତ ଭୋଜନ ବାହାର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥୁ ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ନିରୋଦ ଦାସ ଯୋଗ ଦେଇ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଏବଂ ଆଜୋଲା (^ZOLLA) ଚାଷ, ଗୋପାଳନ ଓ କାମଧେନୁ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥୁ ଊଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶ୍ରୀ ଅମ୍ବର ଲୁଗୁନ ଯୋଗ ଦେଇ ଊଦ୍ୟାନ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିବା ସହିତ ଆମ, ଓ ଫଳ ଚାଷ ତତ୍ ସହିତ ପନିପରିବା ଚାଷ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଊପମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ କୁଆଁର ମାର୍ଶ୍ୱ ତାଷାମାନଂକୁ ସମନ୍ବିତ ମତ୍ସ୍ୟଚାଷ ଓ ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା ମାଧ୍ୟମରେ ଉପକୃତ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ମତ୍ସ୍ୟ ଚାଷୀମାନଂକୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରି ସ୍ବାବଲମ୍ବୀ ହେବାକୁ ଆହ୍ବାନ କରିଥିଲେ । ବିଶେଷକରି ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହୋଇପାରିବ ସେଥୁପ୍ରତି ଆଲୋକପାତ ମଧ୍ୟ କରିଥିଲେ । ଏହି ଅବସରରେ ୩ ଜଣ ଭଲ ପ୍ରଦର୍ଶନ କରିଥିବା ମତ୍ସ୍ୟ ଚାଷୀକୁ ସମ୍ମାନୀତ କରାଯାଇଥିଲା । ଊକ୍ତ ସଭାରେ ୧୦୦ରୁ ଅଧିକ ଚାଷା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସମସ୍ତ ବ୍ଳକର ମତ୍ସ୍ୟ ଅଧିକାରୀ ଏବଂ ଉଦ୍ୟୋଗୀ ଚାଷୀ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ମତ୍ସ୍ୟ ଅଧ୍ବକାରୀ ଶ୍ରୀ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



