ଗାଡି ଚାଳକକୁ ମାରପିଟ୍ କରି ଲୋଡ୍ ଗାଡି କୁ ଚୋରୀ କରିବାକୁ ଅଭିଯୋଗ, ଏହା ଏକ ପ୍ରାୟାସ ନା ଷଡ଼ଯନ୍ତ୍ର
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରେ ଖଣିଜ ପଦାର୍ଥ ଚୋରାଚାଲାଣ କାରୀଙ୍କ ପାଦୃଭାବ ବାଢିବାରେ ଲାଗିଛି, ଯାହାକି ଅନେକ ସମୟରେ ଦେଖାଯାଏ ଆଞ୍ଚଳିକ ପ୍ରଶାସନ ର ଅପାରଗତା ଯୋଗୁ ଏହିଭଳି ଅପରାଧର ଶିକାର ଗାଡି ମାଲିକ ମାନେ ଭୋଗ କରୁଥିବା ଅଭିଯୋଗ ହୁଏ, ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ,ଏକ ଗାଡି ନମ୍ବର୍ OD 14S 6718 , କଳିଙ୍ଗ ଏଟିଏମ୍ ନିକଟରେ ଛିଡ଼ା ହୋଇଥିବା ସମୟରେ କିଛି ଅଜ୍ଞାତ ଯୁବକ ଗାଡି ନିକଟକୁ ଯାଇ ଚାଳକ କୁ ମାରପିଟ୍ କରି ସେଠାରୁ ଲୋଡ୍ ଗାଡ଼ିକୁ ଧରି ଉତ୍ତମ ସିଂ ହାଟ୍ଟିଂ ଅଭିମୁଖେ ଫେରାର ହେବାକୁ ଚେଷ୍ଟା କରି ଏକ ଦୁର୍ଘଟଣା ର ଶିକାର ହୋଇ ଗାଡି ଛାଡ଼ି ସେଠାରୁ ଚମ୍ପଟ୍ ମାରିଥିଲେ,ଖବର ପାଇ ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ିକୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।କିନ୍ତୁ ଅପରପକ୍ଷେ ଅଞ୍ଚଳରେ ଗୁଜବ ହୁଏ କି କିଛି ଅସାଧୁ ଗାଡିମାଲିକ ଓ ଖଣି ମାଫିଆ ତଥା ଚୋରଙ୍କ ସହ ଆଞ୍ଚଳିକ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କ ମିଳିତ ଭାବେ ମଧୁଚନ୍ଦ୍ରିକା ର ଏହା ଫଳ ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। କିନ୍ତୁ କିଛି ଦିନ ପୁର୍ବରୁ ଏହି ଦିଗରେ ଏକ ଖଣି ମାଫିଆ ର ସଙ୍ଗମ ସ୍ଥଳ ବାହାରି ଥିଲା ଯୋଉ ଦିଗରେ ଆଜିର ଏ ଗାଡି ଯିବା ପାଇଁ ପ୍ରାୟାସ କରି ଫସି ଯାଇଛି।ସେତେବେଳେ ବି ଏହି ଅଘୋଷିତ ଖଣି ମାଫିଆ କୁ କିଛି ଅସାଧୁ କର୍ମଚାରୀ ପକ୍ଷରୁ ବଞ୍ଚାଇବାକୁ ପ୍ରାୟାସ କରାଯାଇ ଅନେକ ମାତ୍ରାରେ ସକ୍ଷମ ହୋଇଥିଲେ, ସେମାନେ କିଏ ଓ କାହା ପାଇଁ କାର୍ଯ୍ୟ କରନ୍ତି, ତାହା ନିଶ୍ଚିନ୍ତ ତଦନ୍ତ ସାପେକ୍ଷ, ଓ ଏହି ପଦାଧିକାରୀ ମାନେ କିଏ ଓ କାହା ଇଙ୍ଗିତରେ କାର୍ଯ୍ୟ କରୁଛନ୍ତି ଓ ସରକାରୀ ତହବିଲ କୁ ଧ୍ବଂସ କରୁଛନ୍ତି ନିଜ ଇଚ୍ଛାରେ। ଯଦି ଆଞ୍ଚଳିକ ପ୍ରଶାସନ ପଦାଧିକାରୀ ଏ ଦିଗ ପ୍ରତି ଶକ୍ତ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହିଭଳି ଖଣି ମାଫିଆ ଓ ଏମାନଙ୍କୁ ସୁରକ୍ଷା ଦେଉଥିବା ଅଧିକାରୀ ଙ୍କ ଅପରାଧର ମୁଳତ୍ପୋଟ ହୋଇପାରିବ ବୋଲି ଆଶା କରାଯାଏ। ଦେଖାଯାଉ ଖବର ପ୍ରସାରଣ ପରେ ଆଞ୍ଚଳିକ ପ୍ରଶାସନର ଆଭିମୁଖ୍ୟ କଣ ରହୁଛି କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



