କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ସାମ୍ନାକୁ ଲଜ୍ଜ୍ୟାଜନକ ଘଟଣା।
ଏମିତି ଏକ ଲୋମହର୍ଷଣ କାରି ଘଟଣା ସାମ୍ନାକୁ ଆସିଛି ଯାହା ଅମାନବୀୟତା ସମସ୍ତ ସୀମା ପାର୍ କରିଛି। ଯାହାକି ସୂଚନା ରହିଛି ଏହି ଲୋମ ହର୍ଷଣକାରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ । ଏହି ଲଜ୍ଜାଜନକ ଅଭାବନୀୟ ଘଟଣା ସମସ୍ତ ଅଞ୍ଚଳ ବାସିଙ୍କୁ ଚକିତ କରିଛି । ମାତ୍ର ଏକ ବର୍ଷ ୩ ମାସର ଜଣେ କୋମଳମତୀ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସାନ ବଡ଼ବିଲ ଗ୍ରାମରେ ଗତକାଲି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ଶିଶୁ କନ୍ୟାକୁ ନେଇ ପବିତ୍ର ବେହେରା ଓରଫ୍ କାଳିଆ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୁଏ। ତେବେ ଶିଶୁ କନ୍ୟା କାନ୍ଦିବାରୁ ସେହିଠାରେ ଶିଶୁ କନ୍ୟାକୁ ଛାଡ଼ି ଅଭିଯୁକ୍ତ କାଳିଆ ଫେରାର ହୋଇଯାଇଥିଲା । ପରେ ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଆଜି ତା’ର ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ଏହି ଘଟଣାର ସୂଚନା ପାଇବା ପରେ ଯୋଡ଼ା ପୋଲିସ୍ ଆଜି ଅପରାହ୍ନରେ ଅଭିଯୁକ୍ତ କୁ ଖୋଜି ଗିରଫ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



