କାଠଡେରା ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ତା ୨୭. ୧୧. ୨୦୨୪ ରିଖ ବାର୍ଷିକ ବିଜ୍ଞାନ ଏବଂ ଚିତ୍ର ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ବିଜ୍ଞାନ ବିଭାଗର ମୁଖ୍ୟ ଗିରିଜା ନନ୍ଦିନୀ ଠାକୁର ଓ କରିଶ୍ମା ବେଗମ ଏବଂ କଳା ବିଭାଗର ମୁଖ୍ୟ ସୁକନ୍ୟା କୁମ୍ଭାରଙ୍କ ତତ୍ୱାବଧାନରେ ବିଜ୍ଞାନରେ ୩୭ଟି ଏବଂ ଚିତ୍ର ଓ ହସ୍ତକଳାରେ ୧୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏହି ପ୍ରଦର୍ଶନୀକୁ ଲଚିଦା ଜ୍ଞାନବିହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକେଶ ପ୍ରଧାନ ଉଦଘାଟନ କରିଥିବାବେଳେ ବିଜ୍ଞାନ ଶିକ୍ଷକ ଅଶୋକ ପ୍ରଧାନ, ଶିକ୍ଷାପ୍ରେମୀ ଦୀପକ ପ୍ରଧାନ ବିଚାରକ ଦାୟିତ୍ୱ ତୁଲାଇ ଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ରିନା ସାହୁଙ୍କ ଅଧ୍ୟକ୍ଷତା ଏବଂ ରାଜେଶ ସେଟଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିରୂପେ ବରଗଡ଼ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ସଂଗଠକ ଶ୍ରୀ ଦେବରାଜ ବେହେରା, ପରିଚାଳନା କମିଟିର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ମଂଚାସୀନ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସିନିଅର ବିଭାଗରେ ଶ୍ରୀଆ ପ୍ରଧାନ ପ୍ରଥମ, ମୁସ୍କାନ ପଧାନ ଓ ସୃଷ୍ଟି ବାରିକ ଦ୍ଵିତୀୟ, ଅମ୍ରିତା ପତି ତୃତୀୟ, ଜୁନିଅର ବିଭାଗରେ ହର୍ଷିକା ପଧାନ ପ୍ରଥମ, ରୁଦ୍ରାକ୍ଷ ପାଣିଗ୍ରାହୀ ଦ୍ଵିତୀୟ ଓ ମହେଶ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଦର୍ଶନୀକୁ ସଫଳ ରୂପାୟନ କରିବା ପାଇଁ ଶିକ୍ଷକ ଭୀଷ୍ମଦେବ ରଣା , ଜିତେନ୍ଦ୍ର ପ୍ରଧାନ, ଭରତ କୁମ୍ଭାର , ଲିଲି ବେହେରା , ସତ୍ୟବତୀ ନାଗ, ଜୟନ୍ତୀ ପ୍ରଧାନ ସୁଜାତା କଣ୍ଟା, ନିବେଦିତା ସାହୁ, ରେଣୁକା ବାଗ, ଶଶୀଭୂଷଣ ଦାଶ, ନୀଳାବତୀ ମାଝୀଙ୍କ ସମେତ ସମସ୍ତ ଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)

