ନାଲକୋ ଅନୁଗୋଳ ଠାରେ ଜାତୀୟ ସମ୍ବିଧାନ ଦିବସ ପାଳିତ
ବଅଁରପାଳ, ୨୭ / ୧୧ : ଭାରତ ସରକାରଙ୍କ ନବରତ୍ନପ୍ରାପ୍ତ ଆଲୁମିନିୟମ କମ୍ପାନୀ ନାଲକୋ ଏହାର ଅନୁଗୋଳ ଠାରେ ଅବସ୍ଥିତ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ ଠାରେ ଜାତୀୟ ସମ୍ବିଧାନ ଦିବସ ପାଳନ କରିଛି । ଏହି ଅବସରରେ, ଏସ ଆଣ୍ଡ୍ ପି କମ୍ପ୍ଲେକ୍ସ୍ ର ବରିଷ୍ଠ ପଦାଧିକାରୀଙ୍କ ଦ୍ୱାରା ନାଲକୋ ନଗର ଠାରେ ଥିବା ଡାଃ ଆମ୍ବେଦକର ପାର୍କରେ ଡାଃ ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏସ ଆଣ୍ଡ ପି କମ୍ପ୍ଲେକ୍ସର ମୁଖ୍ଯ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏମ ଏସ ସୁବ୍ରମନ୍ୟମ ଓ ଜିଜିଏମ – ମାନବ ସମ୍ବଳ ଓ ପ୍ରଶାସନ ଶ୍ରୀ ଶୁଭେନ୍ଦୁ କୁମାର ନାୟକ ଅନ୍ୟାନ୍ୟ କର୍ମଚାରୀ ଯଥା ସମସ୍ତ ୟୁନିୟନ ଓ ଏସୋଶିୟେଶନର କର୍ମକର୍ତ୍ତାଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ପଦାଅଧିକାରୀଙ୍କ ଦ୍ୱାରା ସମ୍ବିଧାନ ଶପଥ ମଧ୍ୟ କରାଯାଇଥିଲା । ଉଦ୍ୟାନ ବିଭାଗର ସହଯୋଗରେ ଲୋକ ସମ୍ପର୍କ ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।



