ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର ‘କଲ୍କି-୨୮୯୮ ଏଡି’ ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି । ଏହି ଚଳଚ୍ଚିତ୍ରକୁ ଜାପାନୀ ପ୍ରଶଂସକଙ୍କଠାରୁ ମିଳିଥିବା ଭଲପାଇବା ପାଇଁ ନିର୍ଦ୍ଦେଶକ ନାଗ ଅଶ୍ୱିନ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରିମିୟର ପୂର୍ବରୁ ମଧ୍ୟ ମିଳିଥିବା ଅବିଶ୍ୱସନୀୟ ପ୍ରତିକ୍ରିୟା ସହିତ ଫିଲ୍ମର ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଉତ୍ସାହ ଚରମ ସୀମାରେ ।ନାଗ ଅଶ୍ୱିନ ସୋସିଆଲ ମିଡିଆରେ ଏକ ଅତ୍ୟନ୍ତ ସ୍ପର୍ଶକାତର ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଜାପାନୀ ପ୍ରଶଂସକଙ୍କ ଚିଠିର ଫଟୋ ରହିଛି, ସେମାନଙ୍କ ମଧ୍ୟରୁ କେତେକ ତେଲୁଗୁ ସ୍କ୍ରିପ୍ଟରେ ଲେଖିବା ପାଇଁ ଚେଷ୍ଟା କରିଥିଲେ । ଫଟୋ ସହିତ, ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ସେୟାର କରିଛନ୍ତି, ‘ମୁଁ କ୍ୱଚିତ୍ ଭାବୁକ ହୋଇାଏ… କିନ୍ତୁ ଜାପାନୀ ପ୍ରେମ ସେପରି ଅଟେ’ । ସେ ତେଲୁଗୁ ସ୍କ୍ରିପ୍ଟରେ ଶିଖିଥିଲେ ଏବଂ ଲେଖିଥିଲେ । ସମସ୍ତଙ୍କୁ ମୋର ଭଲପାଇବା, ଅରିଗାତୋ ଗୋଜାଇମାସ୍ ‘କଲ୍କି-୨୮୯୮ ଏଡି’ ଦେଖିବା ପାଇଁ ଆଉ ବେଶି ଆପଣ ମାନଙ୍କୁ ଅପେକ୍ଷା କରିବାକୁ ପଡିବନି ।ଆହୁରି ମଧ୍ୟ ନିର୍ମାତାମାନେ ଏକ ଭିଡିଓ ପୋଷ୍ଟ କରି ଫିଲ୍ମର ଚମତ୍କାର ଭବିଷ୍ୟତ ଜଗତର ଝଲକ ଦର୍ଶାଇଛନ୍ତି । ସେ ଏହାର କ୍ୟାପସନ୍ ଦେଇଛନ୍ତି: ଆପଣଙ୍କର ପ୍ରେମକୁ କେହି ପରାସ୍ତ କରିପାରିବେ ନାହିଁ । ବାସ୍ତବରେ ଅଭିଭୁତ । ବୈଜୟନ୍ତୀ ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ଏବଂ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ତଥା ଅମିତାଭ ବଚ୍ଚନ, କମଲ ହାସନ, ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘କଲ୍କି-୨୮୯୮ ଏଡି’ ଜାନୁଆରୀ ୩ରୁ ଜାପାନର ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି!



