ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ସଚେତନତା ରଥ ଉଦଘାଟନ
ଜଗତସିଂହପୁର
ତା =22/12/24
ଜଗତସିଂହପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ କୁ ବିଧାୟକ ଅମରେନ୍ଦ୍ର ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ,ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ,ପୌରାଧକ୍ଷା ଅର୍ଚ୍ଚନା ସିଂ ପ୍ରମୁଖ ଯୋଗଦେଇଥିଲେ । ଏହି ସୁସଜ୍ଜିତ ରଥ ଜିଲ୍ଲା ର ପ୍ରତ୍ୟେକ ସେଚାଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ପାଣି ପଞ୍ଚାୟତ ର ଆଭିମୁଖ୍ୟ ଓ ଚାଷୀ ପଞ୍ଜୀକରଣ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି, ପ୍ରତ୍ୟେକ ସଭ୍ୟ ଙ୍କ ମଧ୍ୟରେ ଉତ୍ତମ ଜଳ ବଣ୍ଟନ, ବାର୍ଷିକ ଫସଲ ଖସଡା ପ୍ରସ୍ତୁତି ଓ କାର୍ଯ୍ୟକାରିତା ,ପଞ୍ଚାୟତ ସଭ୍ୟ ମାନଙ୍କ ନିମନ୍ତେ ତାଲିମ ଓ କ୍ଷେତ୍ର ପରିଦର୍ଶନ ର ବ୍ୟବସ୍ଥା ଆଦି ସମ୍ଵନ୍ଧରେ ସଚେତନ କରାଇବ।ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ରଥ ଜ଼ିଲ୍ଲା ର ସମସ୍ତ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବ।ଏହି ଅବସରରେ ଜଗତସିଂହପୁର ଜଳ ସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ଅନ୍ୟ ସହକାରୀ ଯନ୍ତ୍ରୀ ତଥା ପାଣି ପଞ୍ଚାୟତ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



