ଟାଟା ଷ୍ଟିଲ ଫାଉଣ୍ଡେସନ ରିସ୍ତା ପ୍ରକଳ୍ପ ଅଧୀନରେ ମନ୍ଥନ ଯାତ୍ରା
-୮୦ରୁ ଊର୍ଦ୍ଧ୍ବ କିଶୋର-କିଶୋରୀ ସାମିଲ
ମେରାମଣ୍ଡଳୀ, ୧୯-୨୩/୧୨/୨୦୨୪-ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ମନ୍ଥନ ଯାତ୍ରା ଢେଙ୍କାନାଳ ବାଙ୍ଗୁରସିଙ୍ଗ ପଞ୍ଚାୟତସ୍ଥିତ ବାଙ୍ଗୁରସିଙ୍ଗ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଓଡାପଡା ବ୍ଳକର ୮୦ରୁ ଉର୍ଦ୍ଧ ଯୁବକ-ଯୁବତୀ ଭାଗ ନେଇଥିଲେ I ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ଓ ସଶକ୍ତ କରିବା, ଯାହାଫଳରେ ସେମାନେ ନିଜ ସମୁଦାୟର ନେତୃତ୍ୱ ନେବା ସହ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହଯୋଗ କରିପାରିବେ I ମନ୍ଥନ ଯାତ୍ରା ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ, ନେତୃତ୍ବ ସୃଷ୍ଟି କରିବା ସମ୍ପର୍କରେ ଗୁରୁପ ଡିସକସନ, ଡିଜିଟାଲ ସାକ୍ଷରତା ଏବଂ କୌଶଳ ବିକାଶ ତାଲିମ ଦିଆଯାଇଥିଲା I ଅଂଶ ଗ୍ରହଣକାରୀମାନେ ପଥପ୍ରାନ୍ତ ନାଟକ, ନୃତ୍ୟ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ I ଯାହା ସମାଜରେ ସହଭାଗିତା ଓ ନେତୃତ୍ବ ପ୍ରତି ସେମାନଙ୍କ ଉତ୍ସାହକୁ ଦର୍ଶାଏ।

ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଡିଏସଡିଇଓ କେ ରୋଜା ଡୋରା, ଓଡପଡା ଏମଓଆଇସି ଅନନ୍ତ କୁମାର ରାଉଳ, ଓଡାପଡା ଏମଓ ଡ. ଦିବ୍ୟଜ୍ୟୋତି ମହାପାତ୍ର ଏବଂ ଗ୍ରାମ ମୁଖିଆ ଜଗବନ୍ଧୁ ଦଳେଇ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଅତିଥିମାନେ ଯୁବଗୋଷ୍ଠୀଙ୍କ ବିକାଶ ଏବଂ ଡିଜିଟାଲ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବଗୋଷ୍ଠୀ ଯେପରି ସକାରାତ୍ମକ ସାମାଜିକ ପରିବର୍ତ୍ତନରେ ନିଜର ଯୋଗଦାନ ଦେଇପାରିବେ ସେ ନେଇ ସେମାନଙ୍କ ଆତ୍ମବିଶ୍ବାସ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀ, ବିଶେଷକରି ଝିଅମାନଙ୍କୁ ଏକ ସୁସ୍ଥ ଜୀବନ ଯାପନ ପାଇଁ ସଚେତନ କରିଯାଇଥିଲା I ସୁସ୍ଥ ଓ ଜାଗ୍ରତ ସମାଜ ଗଠନ ଲାଗି ‘ରିସ୍ତା’ ଓଡାପଡା ବ୍ଳକର ପ୍ରାୟ ୧୫୦୦୦ କିଶୋର-କିଶୋରୀ ଓ ସେମାନଙ୍କ ଅଭିଭାବକଙ୍କ ସହ କାମ କରୁଛି I ‘ରିସ୍ତା’ର ଉଦ୍ଦେଶ୍ୟ ହେଉଛି ଯୁବକମାନକୁ ସେମାନଙ୍କର ଅଧିକାର ସମ୍ପର୍କରେ ସଚେତନ କରିବା ଓ ସମାଜରେ ସ୍ଥାୟୀ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କୁ ଆବଶ୍ୟକ ଜ୍ଞାନ ଓ କୌଶଳ ପ୍ରଶିକ୍ଷଣ ଦେବା।



