ଭୂବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର ହୋଇଛନ୍ତି। ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି l ଥରେ ନୁହେଁ ଦୁଇ ଦୁଇ ଥର ହୋଇଛି l ୧୯୯୦ ଥରେ ଏବଂ ୨୦୦୨ରେ ଥରେ l ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ଠକିଥିଲେ ମୋତେ l ଟଙ୍କା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲି ସଂସ୍ଥା ନାହିଁ l ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l
ସୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,ଠକ ସଂସ୍ଥାମାନଙ୍କୁ ଉତ୍ତର ଦାୟୀ କରିବା ପାଇଁ ୧୯୮୬ ମସିହାରେ ଯେଉଁ ଆଇନ ତିଆରି ହେଇଥିଲା ସେଥିରେ ବହୁତ ଗଳା ବାଟ ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଳାବାଟକୁ ବନ୍ଦ କରିଦେଲେ। ଆଇନରେ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବା ପରେ ସଂସଦରେ ନୂଆ ‘ଉପଭୋକ୍ତା ଆଇନ ୨୦୧୯’ ଆଲୋଚନା ହେଲା। ପରେ ଏହି ଆଇନ ସଂସଦରେ ପାରିତ ହେଲା। ୨୦୨୦ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତି ଦ୍ୱାରା ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋଦିଙ୍କ ଦିଗଦର୍ଶନରେ ଏହି ଗଳା ବାଟ ବନ୍ଦ ହୋଇଛି l
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍ଫେର୍ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)

