ଭୁବନେଶ୍ୱର, ୨୬/୧୨ : ଦୀର୍ଘ ୬ ବର୍ଷ ପରେ ୨୦୨୫ ରୁ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। କିଛି ହୀନ ଚକ୍ରାନ୍ତ କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ ପୂର୍ବ ସରକାର ।
୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ । ସେହିପରି ABVP ଅଧିବେଶନରେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ। ଏଥି ସହିତ ୨୦୩୬ ପାଇଁ ପ୍ରସ୍ତାବ ଲୋଡିଲେ ମୁଖ୍ୟମନ୍ତ୍ରୀ।



