ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୦୨୫ ଅନୁଷ୍ଠିତ
ଯାଜପୁର ___ ଯାଜପୁର ଜିଲ୍ଲା କପାସି ଠାରେ ଅବସ୍ଥିତ ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୦୨୫ ଅନୁଷ୍ଠିତ।ପ୍ରଥମ ଦିନର ମନୋଜ୍ଞ ପରିବେଶରେ କଳସ ଯାତ୍ରା, ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରୁଣେଶ୍ଵର ମହାବିଦ୍ୟାଳୟର ପୃର୍ବତନ ଅଧ୍ୟକ୍ଷ ପ୍ରଫେସର ବଟକୃଷ୍ଣ ମହାପାତ୍ର ଓ ବିରଜା ଜ୍ୟୋତିର ସମ୍ପାଦକ ଡକ୍ଟର ଜ୍ଞାନରଞ୍ଜନ ପତି ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ଦ୍ବିତୀୟ ଅଧିବେଶନରେ ଉଦଘାଟକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼କ୍ତର ରବିନ୍ଦ୍ର ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ଗୈତମ ରାୟ, ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଅନ୍ନେଷା ରେଡ଼ି, ସୁନନ୍ଦା ଦାଶ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ସମାଜସେବୀ ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନଙ୍କ କରକମଳରେ ପ୍ରତିଭା ସମ୍ମାନ ଓ ସ୍କରଣିକା ସୁବର୍ଣ୍ଣ ଲିପି ଉନ୍ମୋଚନ ହୋଇଥିଲା। ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପରିକ୍ଷିତ ସେଠୀ, ସମ୍ପାଦକ ଶରତ ଚନ୍ଦ୍ର ପରିଡ଼ା , ପ୍ରଧାନଶିକ୍ଷକ ହୃଦାନନ୍ଦ ଦାସ ଓ ପ୍ରାଧ୍ୟାପକ ପ୍ରସନ୍ନ ରାଉତ ଏବଂ ପୁରାତନ ଛାତ୍ର ଓ ଛାତ୍ରୀ ମାନେ ସଭାକୁ ପରିଚାଳନାରେ ସହୋଯୋଗ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



