ଜିନ୍ଦଲ କମ୍ପାନୀର ପ୍ରତାରଣାର ଶିକାର ହୋଇ, ଧାରଣାରେ ବସିଛନ୍ତି ଯୁବକ
ଜିନ୍ଦଲ କମ୍ପାନୀ ବାହାରେ ଧାରଣାରେ ବସିଛନ୍ତି କିତାବେଡା ଗ୍ରାମର ୫ ଜଣ ଶିକ୍ଷିତ ଯୁବକ। ପ୍ରକାସ ଥାଉକି 2006 ମସିହାରେ ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତ ର କିତାବେଡା, ସିଆଲଯୋଡା ଓ ଦେଓଝର ଗ୍ରାମ ର ଜମି କୁ କାରଖାନା କରିବାକୁ ଅଧିଗ୍ରହଣ କରିଥିଲା ଜେଏସପିଏଲ କମ୍ପାନୀ।ଜମି ଅଧିଗ୍ରହଣ ବେଳେ ଆଖି ଖୋଷି ହେଲାଭଳି ମିଠା ମିଠା ପ୍ରତିଶୃତି ଦେଇ କାରଖାନା କରିସାରିଥିବା ବେଳେ ଏବେ ପ୍ରତିଶୃତିରୁ ସମ୍ପୁର୍ଣ୍ଣ ଓହରି ଯାଇଛି ଏହି ଜିନ୍ଦଲ କମ୍ପାନୀ। ବିସ୍ଥାପିତ ଙ୍କୁ ରୋଜଗାର ଦେବାର ନାଁ ଧରୁ ନଥିବା ବେଳେ କମ୍ପାନୀ ର ପ୍ରତାରଣା ର ଶିକାର ହୋଇଛନ୍ତି ଏହି ତିନି ଗ୍ରାମର ଯୁବକମାନେ। କମ୍ପାନୀର ଏହି ପ୍ରତାରଣା ପ୍ରତିବାଦରେ କିତାବେଡା ଗ୍ରାମର ତନୁଜ ଆପଟ, ଦେବର୍ଷି ପଲେଇ, ଅନୀଲ ବେହେରା, ସୁଧାଂଶୁ ବେହେରା, ତପନ ଆପଟ କମ୍ପାନୀ ବାହାରେ ଧାରଣା ଦେଇଥିବା ଜଣାପଡିଛି। ଜମି ଅଧିଗ୍ରହଣ ପରେ ବିସ୍ଥାପିତ ଅନୁସାରେ କମ୍ପାନୀ ଏମାନଙ୍କୁ ଚାକିରି ଦେବାର ଭରସା ଦେଇ କମ୍ପାନୀ ରେ ଗୋଟେ ବର୍ଷର ତାଲିମ ଦେବା ପରେ ଏବେ ଚାକିରି ଦେବାର ନାଁ ଧରୁ ନଥିବା ଅଭିଯୋଗ କରି ଏହି ୫ ଜଣ ଜିନ୍ଦଲ କମ୍ପାନୀ ବାହାରେ ଶୀତ କାକରରେ ଧାରଣାରେ ବସିଥିବା ଜଣାପଡିଛି। ତେବେଜିନ୍ଦଲ କମ୍ପାନୀ ତାଙ୍କ ହକ୍ ନ ଦେବା ଯାଏଁ ଏହିଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ନିସ୍ପତି ନେଇଥିବା ବେଳେ ଦେଖିବାକୁ ବାକି ରହିଛି ଯାହାର ଭିଟାମାଟି ରେ କମ୍ପାନୀ ତାର ପ୍ରଭାବ ବିସ୍ତାର କଲା ତାରି ପିଲାଙ୍କୁ କି ପ୍ରକାରର ନ୍ୟାୟ କେବେ କିଭଳି ଦେଉଛି । ଅନ୍ୟ ପଟେ ପ୍ରଶାସନ କମ୍ପାନୀ ପ୍ରିତିରେ ମୁକସାକ୍ଷୀ ପାଲଟିଥିବା ମନେହୁଏ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



