ଏଟିଏମ ଲୁଟ ଉଦ୍ୟମ ବିଫଳ ଜଣେ ଅଟକ, ଶାବଳ ଜବତ, ପୋଲିସର ତଦନ୍ତ ଜାରି
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଉପଖଣ୍ଡ ରେ ATM ଲୁଟ୍ ଉଦ୍ୟମ କରି atm କୁ ଭାଙ୍ଗିଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ରେବଣାପଳାଶପାଳରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ATM ଲୁଟ୍ ଉଦ୍ୟମ ବିଫଳ । ତେବେ ଜଣକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଥିବା ନେଇ ସୂଚନା। ATM ଭାଙ୍ଗିବା ପାଇଁ ବ୍ୟବହୃତ ଶାବଳକୁ ମଧ୍ୟ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ATM ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ । ଦୁର୍ବୃତ୍ତମାନେ ATM ର ଟଙ୍କା ଉଠାଣ ପାଇଁ ଥିବା ସମ୍ମୁଖ ଭାଗ ସହ, ଭିତର ଏକ ଲକର୍ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ହେଲେ, କୌଣସି ସୂତ୍ରରୁ ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିଥିଲା । ପରେ ହରିଚନ୍ଦନପୁର ପୋଲିସ, ଘଟଗାଁ SDPO ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣା ସ୍ଥଳରେ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ବିଷୟରେ ଅଧିକ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



