ଏଥର ମଇଦାନରେ ଉଡିବ ଆଡଭୋକେଟଙ୍କ ବ୍ୟାଟ୍ବିଶ୍ୱ ଦେଖିବ ଆଡଭୋକେଟଙ୍କ କ୍ରିକେଟ ଖେଳଆରମ୍ଭ ହୋଇଛି ଆଡଭୋକେଟ ଇଣ୍ଡିଆନ ପ୍ରିମିୟିମ ଲିଗ୍ଏଆଇପିଏଲରେ ଅଛନ୍ତି ୮ଟି ଟିମ, ଖେଳ ଆରମ୍ଭରୁ ଚମକୁଛି ଓଡିଶା ହଣ୍ଟର ଟିମ୍ପ, ରିଚାଳନା କରୁଛନ୍ତି ଓଡିଆ ଆଇନଜୀବୀ ମୋହନ କୁମାର ସାହୁ, ହଁ ଦର୍ଶକବନ୍ଧୁ ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆଡଭୋକେଟ ଇଣ୍ଡିଆନ ପ୍ରିମିୟିମ ଲିଗ୍ ବା ଏଆଇପିଏଲ୍ । ଏହି ଖେଳରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଆଇନଜୀବି ଯୋଗଦେବା ସହ ମୋଟ୍ ୮ଟିମ୍ ସାମିଲ୍ ହୋଇଛନ୍ତି । ତେବେ ଏହି ଏଆଇପିଏଲ ରେ ବେଶ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିଭାଇଛି ଓଡିଶା ହଣ୍ଟର ଟିମ୍ । ତେବେ ଚଳିତ ଥର ଆୟୋଜିତ ହୋଇଥିବା ଏହି ଏଆଇପିଏଲରେ ସାମିଲ ହୋଇଛି ୮ଟି ଟିମ୍ । ସେଥି ମଧ୍ୟରୁ ଓଡିଶା ହନ୍ଟର ଟିମ୍ ଆଗରେ ରହିଛି । ନିଜ ଟିମ୍ କିଭଳି ଦେଶ ଠୁ ନେଇ ବିଦେଶ ସବୁଠି ଚମକିବ ସେନେଇ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ଓଡିଶା ହନ୍ଟର ଓନର ତଥା ଆଇନଜୀବୀ ମୋହନ କୁମାର ସାହୁ । ତେବେ ଏହି ଏଆଇପିଏଲ ଆଜିଠୁ ମୁମ୍ବାଇରେ ଆରମ୍ଭ ହୋଇଛି । ଏହା ଆସନ୍ତା ୧୭ ତାରିଖ ଯାଏଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିିନ । ଏହାପୂର୍ବରୁ ଏଆଇପିଏଲକୁ ନେଇ ଗୋଆରେ ଏକ ଅକ୍ସନ ବି ହୋଇଥିଲା । ଯେଉଁଥିରେ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱାନ୍ତ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ମାର୍କଣ୍ଡ ସୁଭାଷ କାର୍ନିକଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବି ଯୋଗ ଦେଇଥିଲେ । ତେବେ ଏହି ଖେଳରେ ଯେଉଁ ଦଳ ଜିତିବ ପରବର୍ତୀ ଖେଳ ପାଇଁ ସେହି ଦଳ ସିକାଗୋ ଯିବ ।ଏହି ଖେଳ ପାଇଁ ଓଡ଼ିଶା ହୁଣ୍ଟାର୍ସ ସହିତ ଏହା ର ପରିଚାଳକ ଏବଂ ପ୍ରଶିକ୍ଷକ ଭାବେ ଆଇନଜୀବୀ ତାପସ ପ୍ରହରାଜ ଓ ପୁଷ୍ପ ମିତ୍ର ମହାପାତ୍ର ମୁମ୍ବାଇ ଯାତ୍ରା କରିଛନ୍ତି। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ଓଡ଼ିଶା ହଣ୍ଟର ଛଅ ୱିକେଟ୍ ରେ ଦିଲ୍ଲୀ ସୁପ୍ରିମୋ କୁ ପରାସ୍ତ କରିଛି। ଆଜି ର ମ୍ୟାଚ୍ ରେ ଓଡ଼ିଶା ହୁଣ୍ଟର୍ସ ର ଆଦିତ୍ୟ ଅଚାରୀୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଛନ୍ତି। କାଲି ର ମ୍ୟାଚ୍ ରେ ଓଡ଼ିଶା ହଣ୍ଟର୍ସ, ଲଖନଉ ନବାବ କୁ ଭେଟିବ ।

July 2, 2026/
No Comments


