ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିଲା ଫାସ, ନିଜେ ଫସିଲା ବନବିଭାଗର ଫାସରେ
କେନ୍ଦୁଝର – ଜିଲ୍ଲା ଏକ ବଣ ଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ସଂଖ୍ୟାରେ ବନ୍ୟ ଜୀବଜନ୍ତୁ ରହିଛନ୍ତି, ଅନେକ ସମୟରେ ଦେଖାଯାଏ କିଛି ଲୋକ ଏହି ବନ୍ୟ ଜୀବଜନ୍ତୁ ମାନଙ୍କର ଶିକାର କରିଥାନ୍ତି, ସେହିଭଳି ଜଣେ ଅଭିଯୁକ୍ତ ବନ୍ୟ ଜୀବଜନ୍ତୁ ଶିକାର ପାଇଁ ଫାସ ଲଗାଇଥିବା ବେଳେ ନିଜେ ଫସିଛି ବନବିଭାଗ ଫାସରେ। ସୂଚନା ଅନୁଯାୟୀ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଯୋଡା ବନ ସେକ୍ସନ କାକରପାଣି ନିକଟସ୍ତ ବୈତରଣୀ (ଏ ) ସଂରକ୍ଷିତ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କୁ ଶିକାର କରିବା ଉଦ୍ଧେଶ୍ୟରେ ଲଗାଯାଇଥିବା ୧୬ଗୋଟି ଫାସକୁ ବନବିଭାଗ ଜବତ କରିବା ସହିତ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ମଲଦା କାକରପାଣି ଅଞ୍ଚଳର ବୋଲି ଜଣାପଡିଛି। ଜଙ୍ଗଲ ରେ ବିଭିନ୍ନ ବନ୍ୟଜନ୍ତୁ ଙ୍କୁ ଶିକାର କରିବା ଉଦ୍ଦେଶ୍ୟ ରେ ପ୍ରାୟ ୧୬ ଗୋଟି ଫାସ ଲଗାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଫାସ ଜବତ କରିବା ସହିତ ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



