ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ମକର ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର,ଲାଗି ହୋଇଥିଲା। ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା ରେ ମକର ଚାଉଳ ଲାଗି, ଚକା, ପୂଳୀ,ଅର୍ଣ୍ଣ ଧୂପ, ମଦନ ମୋହନ ଙ୍କୁ ସାତ ଘେ ରା ମକର ବେଢ଼ା ପରିକ୍ରମା କରାଜାଇଥିଲା ।ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ପରେ ପହଡ଼ ପଡ଼ିବ। ପୂଜକ ମାନସୁମନ ମିଶ୍ର,ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ମକର ସଂକ୍ରାନ୍ତି ଉତ୍ସବ ନୀତି ପାଳିତ ହୋଇଯାଇଛି

April 17, 2026/
No Comments


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)