ଢେଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ‘ଆତ୍ମ କୌଶଳ ପ୍ରଶିକ୍ଷଣ ଶିବିର’ଉଦଯାପିତ
ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ‘ଆତ୍ମ କୌଶଳ ପ୍ରଶିକ୍ଷଣ’ ଯୋଜନା ଅଧୀନ ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ତା ୮. ୦୧. ୨୦୨୫ ରୁ ତା ୧୭. ୦୧. ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ +୨, ପ୍ରଥମ ବର୍ଷର ୨୪୦ (ଦୁଇଶହ ଚାଳିଶ) ଜଣ ଛାତ୍ରୀ ନିୟମିତ ଭାବରେ ପ୍ରଶିକ୍ଷଣ ଲାଭ କରିଛନ୍ତି। ତାଲିମ ଶିକ୍ଷିକା କୁମାରୀ ରୁନୁଵାଳା ବାରିକ ଓ ଶ୍ରୀମତୀ ଜୟନ୍ତୀ ବେହେରା ଅତ୍ୟନ୍ତ ନିଷ୍ଠା ଓ ଆଗ୍ରହ ସହ ପିଲାଙ୍କୁ ଏହି ସମ୍ବନ୍ଧୀୟ ସମସ୍ତ କୌଶଳ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଶିକ୍ଷା ପ୍ରଦାନ କରିଥିଲେ। ଶେଷ ଦିନରେ ପିଲାମାନଙ୍କୁ ସେମାନେ ଶିକ୍ଷାଲାଭ କରିଥିବା କୌଶଳ ସବୁ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଡ. ସାଗରିକ ପଣ୍ଡା ଓ ଡ. ସରୋଜିନୀ ଦାସ ନିଷ୍ଠାପର ଭାବରେ କାର୍ଯ୍ୟଟିକୁ ପରିଚାଳନା କରିଥିଲେ। ଏହାର ଉଦଯାପନ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ସେଠୀ, ଡ. ଅନିତା ବେହେରା,ଡ. ବିଜୟତା ପ୍ରିୟଦର୍ଶିନୀ ଉପସ୍ଥିତ ରହି ଏହି ଯୁଗୋପଯୋଗୀ କାର୍ଯ୍ୟକ୍ରମର ଭାଗ ନେଇଥିବା ସମସ୍ତ କର୍ତ୍ତା ତଥା ପିଲାମାନଙ୍କୁ ଉତ୍ସାହିତ କରିବା ସହ, ସମାଜରେ ଝିଅମାନଙ୍କୁ ନିରାପଦରେ ଜୀବନ ନିର୍ବାହ କରିବାରେ ଏହି ଶିକ୍ଷା ସହାୟକ ହେବ ବୋଲି ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ନିଜର ଅନୁଭୂତି ଉପସ୍ଥାପନ କରିବା ସହ ପ୍ରଣାମପତ୍ର ଗ୍ରହଣ କରିଥିଲେ। ଶେଷରେ ସଂଯୋଜିକା ଡ. ସରୋଜିନୀ ଦାସ ଙ୍କ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହେଇଥିଲା।



