ପାଞ୍ଚଲକ୍ଷ ଟଙ୍କା ସହ ବିପୁଳ ମାତ୍ରାରେ ଗଞ୍ଜେଇ ଓ ବାଇକ୍ ଜବତ ଜଣେ ଗିରଫ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ବଡ଼ବିଲ ପୋଲିସ୍। ସୂଚନା ଅନୁଯାୟୀ ବଡ଼ବିଲ ପୋଲିସ୍ 16ତାରିଖ ରାତ୍ରି ପେଟ୍ରୋଲିଂ ସମୟରେ ଭଦ୍ରାସାହି ପାତ୍ର ସାହି ନିକଟରେ ପୋଲିସ୍ କୁ ସନ୍ଦେହ ହେବାରୁ ଗୋଟେ ବାଇକ୍ କୁ ଅଟକାଇ ଚେକ୍ କରିବାରୁ ବ୍ୟାଗ୍ ରେ ପାଖାପାଖି ତେଇଶ କିଲୋ ଗଞ୍ଜେଇ ଉକ୍ତ ଲୋକଠାରୁ ନଗଦ ପାଞ୍ଚଲକ୍ଷ ଟଙ୍କା ମିଳିଥିଲା। ବଡ଼ବିଲ ପୋଲିସ୍ ଏକ ବାଇକ୍ no OD 09C6623କୁ ଜବତ କରିବା ସହ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରୀୟସ୍ ଛୋଟରାୟ ସୂଚନା ଦେଇଛନ୍ତି। ବ୍ୟକ୍ତି ଜଣକ ହେଲେ ସିବସଙ୍କର ପ୍ରାସାଦ ପି, ଜଗୁ ପ୍ରାସାଦ ଓ ତା ଘର ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହାଟିଂ ଅଞ୍ଚଳର ବୋଲି ଜଣାପଡିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



