ଅରଡା ବାହାଲ ମହିଳା କଲେଜର ବାର୍ଷିକ ଉତ୍ସବ ପାଳିତ, ବହୁ ମେଧାବୀ ସମ୍ମାନିତ
କୁଚିଣ୍ଡା:୧୬/୧: କୁଚିଣ୍ଡା ଉପଖଣ୍ଡ ଅରଡା ବାହାଲ ସ୍ଥିତ ସରକାରୀ ମହିଳା କନିଷ୍ଠ ମହା ବିଦ୍ୟାଳୟର ବାର୍ଷିକୋତ୍ସବ ସମାରୋହର ସହ ପାଳିତ ହୋଇ ଯାଇଛି ।କଲେଜର ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ଜ୍ୟୋତ୍ସ୍ନା ପ୍ରିୟା ବେହେରା ମୁଖ୍ୟ ଅତିଥି, ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର, ଛାତ୍ରୀ ଗଣ ପାଠ ପଢି ବଡ଼ ଲୋକ ହେବା ସହ ଭଲ ଲୋକ ମଧ୍ୟ ହେବାକୁ ଭୁଲିବେ ନାହିଁ ବୋଲି ଆଶା ପ୍ରକାଶ କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀ ନାୟକ ଅନୁଷ୍ଠାନ ନାମରେ ସରକାରୀ ଜମି କୁ ହସ୍ତାନ୍ତରିତ କରିବା ଓ ନିଜସ୍ଵ ଖେଳ ପଡିଆ କରିବା ସ୍ଥାପନ କରିବା,ବାଣିଜ୍ୟ ଓ କାଲ ଶ୍ରେଣୀ ଆଦି ଖୋଲିବାକୁ ମିଳିତ ଉଦ୍ୟମ ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ କୁସୁମ, ରାଜେନ୍ଦ୍ର ସାହୁ, ବିରେନ୍ଦ୍ର ପଟେଲ, ନୀଳ ମଣି ସାହୁ, ରାଜେନ୍ଦ୍ର ଜଗତ, ଇରିନା ମିଞ୍ଜ,ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାସ ଓ ସହରଜ୍ ଖାତୁନ ପ୍ରମୁଖ ଶିକ୍ଷାବିତ୍ ଙ୍କ ସହ ସମିତି ସଭ୍ୟା ଚମ୍ପା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରି ଥିଲେ ।ଏହି ଅବସରରେ ଏହି ଅନୁଷ୍ଠାନ ର ପୁରାତନ ଛାତ୍ର ,ଛାତ୍ରୀ ତନମୟ ରଞ୍ଜନ ବ୍ରିଣେଟ, ନବୀନ ଗଡ଼ନାୟକ ଓ ଟିକେଶ୍ୱରି କିଶନ ପ୍ରମୁଖ ଯଥାକ୍ରମେ ମେଡିକାଲ କଲେଜ୍ ଓ ଆଇଯର ରେ ପଢ଼ୁ ଥିବାରୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମିଳିତ ଭାବରେ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଉଦୟ ଚନ୍ଦ୍ର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ଓ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସଂଯୋଜନା କରିଥିଲେ । ଶେଷରେ ଅଧ୍ୟାପିକା ଶୁଣିମା ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ଜମି ଦାତା ଓ ଉଦ୍ୟୋକ୍ତା ମାନଙ୍କୁ ଅତିଥି ଗଣ ମଧ୍ୟ ସମ୍ମାନିତ କରିଥିଲେ ।ଏହା ପରେ ଛାତ୍ରୀ ଗଣ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।



