ଆଜି ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିଥି ଖୁବ ଆଡମ୍ବରରେ ପାଳନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟର ବୈଠକ ଗୃହରେ ଏକ ସଭା ଆୟୋଜନ କରାଯାଇ ପିକମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l ଏହାପରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉଭୟ ମହାପୁରୁଷଙ୍କ ଜୀବନୀ ଓ ତାଙ୍କର ଦଶପ୍ରତି ଥିବା ବଳିଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଏହି ସଭାର ସଭାପତିତ୍ୱ କରି ପିଲାମାନଙ୍କୁ ଭବିଷ୍ୟତ ଜୀବନରେ ସତ୍ୟବାଦୀ ଓ ସହନଶୀଳ ହେବାପାଇଁ ମାର୍ଗ ଦର୍ଶନ କରିଥିଲେ l କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଭଲ ବକ୍ତବ୍ୟ ପରିବେଷଣ କରିଥିବା ପିଲାମାନଙ୍କୁ ଉପହାରଦେଇ ଉତ୍ସାହିତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହଯୋଗ ଓ ପରିଚାଳନାରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇପାରିଥିଲା l

June 17, 2026/
No Comments


