ତୀର୍ଥ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା, ୨ ଗୁରୁତର ୭ ଆହତ

ଅନୁଗୋଳ:ଟ୍ରକ ପଛରେ ପିଟିଲା ବୋଲେରୋ। ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ର କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣା ରେ ୯ ଜଣ ମହିଳା ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ ଜଣ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳା ମାନେ ହେଲେ ଢେଙ୍କାନାଳ ଭୁବନ ଗ୍ରାମର ପୃଷ୍ଟି ଫ୍ୟାମିଲି ର ବୋଲି ଜଣା ପଡିଛି । ସେମାନେ ଗତ ଶୁକ୍ରବାର ଠାରୁ ମା” ସମଲେଶ୍ୱରୀ ଙ୍କ ଦର୍ଶନ ପାଇଁ ସମ୍ବଲପୁର ଯାଇଥିଲେ। ଦର୍ଶନ ସାରି ଏକ ବୋଲେରୋ ରେ ରବିବାର ରାତିରେ ନିଜ ଘରକୁ ଫେରୁଥିବା ବେଳେ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ରାତି ୧. ୦୦ ସମୟରେ ଛିଡା ହୋଇଥିଵା ଏକ ଟ୍ରକ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ସମୟରେ ସମାଜସେବୀ ଚିନ୍ମୟୀ ଦାସ,ସାମ୍ବାଦିକ ସୁଧାକର ସାହୁ କଟକ ରୁ ଫେରୁଥିବା ବେଳେ ଦେଖିଲେ ରାସ୍ତାରେ ଦୁର୍ଘଟଣା ହୋଇଛି। ସେମାନେ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳକୁ ଯାଇ ମହିଳା ମାନଙ୍କୁ ଉଦ୍ଧାର କରିଵା ସହ ନାଲକୋ ଥାନା କୁ ଖବର ଦେଇଥିଲେ। ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ ,ହେଲେ ବିଳମ୍ବ ହେବାରୁ ସମାଜସେବୀ ଚିନ୍ମୟୀ ଦାସ ସାମ୍ବାଦିକ ସୁଧାକର ସାହୁ ଆହତ ମହିଳାଙ୍କୁ ଏକ ଅଟୋ ଏବଂ ଟ୍ରଭେଲ୍ସ ଗାଡି ସାହାଯ୍ୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ସେଥି ମଧ୍ୟରୁ ଦୁଇ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ SCB ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି । ବର୍ତମାନ ସୁଦ୍ଧା ଅନ୍ୟ ୭ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି। ଅନୁଗୋଳ ରୁ ସୁଧାକର ସାହୁ



