ଭୂବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍ କୁ ମଧ୍ୟ ଭଙ୍ଗାଯାଇଛି ।ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି ।ବିଧାନସଭା ନିର୍ବାଚନରେ ବିଜେଡି ଧରାଶାୟୀ ହେବାପରେ, ଚଳିତ ଥର ଦଳର ନବକଳେବରରେ କିଛି ନୂଆ ଘଟଣା ଘଟିପାରେ ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।ଅନ୍ୟପଟେ, ବିଜେଡିର ସାଙ୍ଗଠନିକ ନିର୍ବାଚନକୁ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ତଥା ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସାଙ୍ଗଠନିକ କାର୍ଯ୍ୟକ୍ରମ ଗୋଟିଏ ଦଳର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ନିର୍ଦ୍ଧାରିତ ସମୟରେ ବିଜେଡିର ନିର୍ବାଚନ ହୋଇଥାଏ । କୋଭିଡ କାରଣରୁ ଦଳର ସାଙ୍ଗଠନିକ ନିର୍ବାଚନ ହୋଇପାରିନଥିଲା । ଆଗାମୀ ୧୦ରୁ ୧୨ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।



