ଯୋଡ଼ାପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜେଇ ଙ୍କ ମାଧ୍ୟମରେ ହରିଲୁଟ୍ ହେଉଛି ସରକାରୀ ଅର୍ଥ।ସରକାରୀ ଅନୁଦାନ ଅର୍ଥ ର ଚାଲିଛି ହରି ଲୁଟ୍।କେନ୍ଦୁଝର ଜିଲ୍ଲା ଯୋଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ମହାଘୋଟାଲା ହୋଇଥିବା ଗନ୍ଧ ବାରିହୁଏ। ଯାହାକୁ ନେଇ ଆମ ପ୍ରତିନିଧି ଏ ବାବଦ ତର୍ଜମା କରିବା ପାଇଁ ପହଞ୍ଚି ଥିଲେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ। କିଛି କାର୍ଯ୍ୟ ବାବଦରେ କନିଷ୍ଟ ଯନ୍ତ୍ରୀ ଦାସ ବାବୁ ମହାଶୟ ଙ୍କୁ ଯୋଗାଯୋଗ କରିବାକୁ ସେ ଆମ ପ୍ରତିନିଧି ଙ୍କ ସହ ଗୋଟିଏ ଥର କଥାବାର୍ତ୍ତା ପରେ ମହାଶୟ ଆଉ ଫୋନ୍ କଲ୍ ଉଠାଉନଥିବା ବେଳେ ଧାରା ଛୁଆଁ ମଧ୍ୟ ଦେଉନାହାନ୍ତି। ଏଥିରୁ ସ୍ପଷ୍ଟ ବାରିହୁଏ ନିମ୍ନ ମାନର କାର୍ଯ୍ୟ କରି କିପରି ସରକାରୀ ଅନୁଦାନ ଅର୍ଥ ହରିଲୁଟ ହେଉଛି ଏହି ଯୋଡ଼ା ପଞ୍ଚାୟତ ସମିତିରେ । ଆହୁରି ମଧ୍ୟ କାର୍ଯ୍ୟ ନ ହୋଇ ବିଲ୍ ପାରିତ ହୋଇଥିବା ଜଣାପଡ଼ିଛି।ଏହି ସରକାରୀ ଅନୁଦାନ ଅର୍ଥ କୁ ହଡପ କରିବାର ସାରଥୀ ସାଜିଛନ୍ତି ଜେ଼ଇ ଦାସ ବାବୁ ମହାଶୟ। ଆଗାମୀ ଦିନରେ ଯାହାର ମହା ଖୁଲାସା କରିବୁ ଆମେ ଅତିଶିଘ୍ର ଆମ ଚ୍ୟାନେଲ୍ ମାଧ୍ୟମରେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

September 23, 2026/
No Comments


