ଭୂବନେଶ୍ୱର, ୩୧/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ତୁମରେଲ ଜଙ୍ଗଲରେ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଛି । ମାଟି ତଳେ ମାଓବାଦୀ ଲୁଚାଇ ରଖିଥିଲେ IED ତିଆରି ସରଞ୍ଜାମ ଏବଂ ବିସ୍ପୋରକ ଜବତ କରାଯାଇଛି । IED ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ, ଡିଟୋନେଟର ଭଳି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ।
ମାଓ ବିସ୍ପୋରକ ସାମଗ୍ରୀ ଜବତ ପରେ ସୁରକ୍ଷିତ ଭାବେ ତାକୁ ନଷ୍ଟ କରାଯାଇଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନ କୁ ଆହୁରି ଜୋରଦାର କରାଯାଇଛି ।



