ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ପ୍ରଫେସର ରହିଛନ୍ତି । ତାଙ୍କର ପରିଚୟ ବୁଲୁ ମହାରଣା ବୋଲି ଜଣାପଡିଛି ।
ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର ନାଥ ସାହା ଏବଂ ଗାୟତ୍ରୀ ଦେବରାଜ । ଜ୍ୟୋତି ବିହାରରେ ଥିବା ସମ୍ପୃକ୍ତ ପ୍ରଫେସରଙ୍କ ବାସଭବନ ସିଲ କରାଯିବା ସହ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି ।ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସହରରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ନାକ୍ ପକ୍ଷରୁ ପରିଦର୍ଶନରେ ୬ ଜଣିଆ ଟିମ୍ ଯାଇଥିଲା । ଏଥିରେ ପ୍ରଫେସର ବୁଲୁ ମହାରଣା ସାମିଲ ଥିଲେ ।ସେହି ଅନୁଷ୍ଠାନର ରେଟିଂ ବୃଦ୍ଧି କରିବାକୁ ଏହି ଟିମ୍ ଲାଞ୍ଚ ଦାବି କରିଥିଲେ । ନାକ ରେଟିଂରେ A++ ଗ୍ରେଡ୍ ପାଇବା ପାଇଁ ଏହି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ‘ନାକ’ ଟିମର ସଦସ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ସୁନା ଓ ମୋବାଇଲ୍ ଫୋନ୍ ଲାଞ୍ଚ ଭାବେ ଦିଆଯାଇଥିଲା । ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ଟଙ୍କା, ୬ଟି ଲାପଟପ୍ ଏବଂ ଆଇଫୋନ୍ ୧୬ ପ୍ରୋ ମୋବାଇଲ୍ ଜବତ କରାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

