ହାତୁରା ପଲ୍ଲୀବିକାଶ ବିଦ୍ୟାଳୟରେ ଜଳ ବିଭାଜିକା ମହୋତ୍ସବ ପାଳିତ
ହିନ୍ଦୋଳ – ହିନ୍ଦୋଳ ହାତୁରା ପଞ୍ଚାୟତ ପଲ୍ଲୀବିକାଶ ବିଦ୍ୟାଳୟ ଖେଳ ପଡିଆଠାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ୨.୦ ଜଳ ବିଭାଜିକା ଯାତ୍ରା ମହୋତ୍ସବ ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଆଟିଥି ଭାବେ ବିଧାୟିକା ସିମାରାଣୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅଟିଥି ଭାବେ ଉପଜିଲ୍ଲାପାଳ ହିନ୍ଦୋଳ,ଜିଲ୍ଲା ଜଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ମଞ୍ଚାସିନ ଥିଲେ । ଆତିଥି ମାନଙ୍କୁ ପାଇକ ଆଖଡ଼ା,ସଙ୍କୀର୍ତ୍ତନ କରି ପାଛୋଟି ଅଣାଯାଇଥିଲା ।ମଞ୍ଚରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମକବୋଧ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ।ପରେ ସମସ୍ତ ଜଳ ବିଭାଜିକା ଯୋଜନାର ସଫଳ ରୂପାୟନ ପାଇଁ କୃଷକମାନଙ୍କୁ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ କୃଷକ ଯୋଗ ଦେଇଥିଲେ । କୁରୁମିଠା ଜଳବିଭାଜିକା ସଭାପତି,ସମ୍ପାଦକ ଓ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରାଇଥିଲେ ।



